କଂଗ୍ରେସରୁ ଇସ୍ତଫା ଦେଲେ ସୁମିତ୍ରା ଜେନା

କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା । ସେ ମହିଳା କଂଗ୍ରେସ ସଭାନେତ୍ରୀ ସମେତ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହି ସୂଚନା ଦେଇଛନ୍ତି ।

ଟିକେଟ୍ ବଣ୍ଟନ ନେଇ ସେ ଅସନ୍ତୁଷ୍ଟ ଥିଲେ । ସେ ଭଦ୍ରକ ବିଧାନସଭା ଆସନରୁ ଟିକେଟ୍ ପାଇଁ ଆଶାୟୀ ଥିଲେ । ମାତ୍ର ଦଳ ତାଙ୍କୁ ଟିକେଟ୍ ଦେଇନାହିଁ । ସେଠାରେ ଦଳ ନଳିନୀକାନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ମହିଳା କଂଗ୍ରେସର ୫୨ଜଣଙ୍କୁ ଟିକେଟ୍ ଦେବାପାଇଁ ସୁମିତ୍ରା ସୁପାରିଶ କରିଥିଲେ ମଧ୍ୟ କାହାକୁ ଟିକେଟ୍ ଦିଆଯାଇନଥିବାରୁ ସେ ଅସନ୍ତୋଷ ପ୍ରକାଶ କରି ରାତିସାରା କଂଗ୍ରେସ ଭବନ ସମ୍ମୁଖରେ ଅନଶନରେ ବସିଥିଲେ ।

ଗତକାଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅଙ୍କୁ ସୁମିତ୍ରା ସକୁନିର ଆଖ୍ୟା ଦେଇଥିଲେ । ମହିଳାଙ୍କ ଲୁହରେ ସେ ଭାସିଯିବେ ବୋଲି କହିଥିଲେ   । ମଦ ବ୍ୟବସାୟୀ ଓ ଖଣି ବ୍ୟବସାୟୀଙ୍କୁ କେବଳ ଟିକେଟ୍ ଦିଆଯାଉଥିବା ସେ ଅଭିଯୋଗ କରିଥିଲେ । ଇସ୍ତଫା ଦେବା ପରେ ସନ୍ଧ୍ୟାରେ ସେ ବିଜେଡିରେ ଯୋଗଦେଇପାରନ୍ତି ବୋଲି କୁହାଯାଉଛୁ ।

ଦୀର୍ଘ ୧୦ବର୍ଷ ଧରି ସେ କଂଗ୍ରେସ ସହିତ ଜଡିତ ଥିଲେ । ଗତ ଦୁଇ ବର୍ଷ ମଧ୍ୟରେ ବହୁ କାର୍ୟ୍ୟକ୍ରମ ହାତକୁ ନେଇ ସେ ସଫଳ ହୋଇଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen + fifteen =