୯ଟା ସୁଦ୍ଧା ବାଲେଶ୍ୱରରେ ୧୨.୧୧ ପ୍ରତିଶତ ଭୋଟିଂ

ଭୁବନେଶ୍ୱର() ବାଲେଶ୍ୱର ଓ ତିର୍ତ୍ତୋଲରେ ଉପ-ନିର୍ବାଚନ ପାଇଁ ଆଜି ମତଦାନ ଜାରି ରହିଛି । କୋଭିଡ଼ କଟକଣା ଭିତରେ ନିର୍ବାଚନ ଚାଲିଛି । ତେବେ ସକାଳ ୯ଟା ସୁଦ୍ଧା ବାଲେଶ୍ୱରରେ ୧୨.୧୧ ପ୍ରତିଶତ ହୋଇଥିବା ବେଳେ ତିର୍ତ୍ତୋଲରେ ୭.୫୮ ପ୍ରତିଶତ ଭୋଟିଂ ହୋଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ଏନେଇ ସୂଚନା ଦେଇଛନ୍ତି ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ମକ ପୁଲ ସମୟରେ କିଛି ଜାଗାରେ ତ୍ରୁଟି ଦେଖାଦେଇଥିଲା । ବାଲେଶ୍ୱରରେ ୨ଟି ଭିଭିପାଟ ବଦଳାଇ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭୋଟ ବର୍ଜନର ଖବର ଆସିନାହିଁ। ସେହିପରି କୌଣସି ଗଣ୍ଡଗୋଳର ସୂଚନା ନାହିଁ । ଉଭୟ ନିର୍ବାଚନ ମଣ୍ଡଳୀର ଭୋଟର ମାନେ ବୁଥ ଆରେଞ୍ଜମେଣ୍ଟ କୁ ନେଇ ଖୁସି ଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।

Share

Leave a Reply

Your email address will not be published. Required fields are marked *

three × three =