ଧୋନୀଙ୍କୁ ଟପିଲେ କାର୍ତ୍ତିକ

ଦୁବାଇ: ଭାରତୀୟ କ୍ରିକଟେ ଦଳର ପୂର୍ବତନ ଅଧିନାୟକ ତଥା କ୍ୟାପଟେନକୁଲଙ୍କ ରେକର୍ଡ ଭାଙ୍ଗିଛନ୍ତି ଦୀନେଶ କାର୍ତ୍ତିକ । ଆଇପିଏଲରେ ଧୋନୀଙ୍କ ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିଛନ୍ତି ଡିକେ । ଆଇପିଏଲ ଇତିହାସରେ ୱିକେଟ କିପରଭାବେ ସେ ସର୍ବାଧିକ କ୍ୟାଚ ଧରି ରେକର୍ଡ କରିଛନ୍ତି । ଧୋନୀ ୧୧୪ଟି କ୍ୟାଚ ଧରିଥିବାବେଳେ ଡିକେ ୧୧୫ କ୍ୟାଚ ଧରି ଏହି ରେକର୍ଡକୁ ଅତିକ୍ରମ କରିଛନ୍ତି ।

ଗୁରୁବାର ମୁମ୍ବାଇ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ କାର୍ତ୍ତିକ ଏହି ରେକର୍ଡ କରିଛନ୍ତି । ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ସୂର୍ୟ୍ୟକୁମାର ଯାଦବଙ୍କ କ୍ୟାଚ୍ ଧରିବା ସହ କାର୍ତ୍ତିକ ଆଇପିଏଲ୍ ଇତିହାସରେ ସର୍ବାଧିକ କ୍ୟାଚ୍ ଆଉଟ୍ କରିଥିବା ୱିକେଟ୍କିପର ହୋଇଛନ୍ତି । ଚେନ୍ନାଇ ସୁପର୍ କିଙ୍ଗ୍ସ କ୍ୟାପ୍ଟେନ୍ ଏମ୍ଏସ୍ ଧୋନି (୧୧୪)ଙ୍କ ପଛରେ ପକାଇ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ଆଇପିଏଲ୍ ୱିକେଟ୍କିପର୍ ଭାବେ କାର୍ତ୍ତିକଙ୍କ ନାମରେ ଏବେ ୧୧୫ କ୍ୟାଚ୍ ହୋଇଛି । ଏହି ତାଲିକାର ୩ୟ ସ୍ଥାନରେ ପାର୍ଥିବ ପଟେଲ୍ (୫୯ କ୍ୟାଚ୍)ଙ୍କ ନାମ ରହିଛି । ସେହିପରି ନମନ ଓଝା (୬୫) ଓ ଋଦ୍ଧିମାନ ସାହା (୫୯) ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ଅଛନ୍ତି । ଉଲ୍ଲେଖଯୋଗ୍ୟ, ମହେନ୍ଦ୍ର ସିଂହ ଧୋନି ଆଇପିଏଲ୍ ଇତିହାସରେ ୱିକେଟ୍ ପଛରେ ସର୍ବାଧିକ ଶିକାର କରିଛନ୍ତି । ଧୋନି ୧୫୩ ଖେଳାଳିଙ୍କୁ ଆଉଟ୍ କରିଥିବା ବେଳେ ଏହା ମଧ୍ୟରେ ୧୧୪ଟି କ୍ୟାଚ୍ ଓ ୩୯ଟି ଷ୍ଟମ୍ପ୍ ଆଉଟ୍ ରହିଛି । ସେହିପରି ଦିନେଶ କାର୍ତ୍ତିକ ୩୧ ଷ୍ଟମ୍ପ୍ ଆଉଟ୍ ସହ ମୋଟ ୧୪୬ ଶିକାର କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

seven − five =