ଦୀପାବଳିରେ ହରିୟାଣାରେ ବାଣ ମନା

ନୂଆଦିଲ୍ଲୀ: ଆସୁଛି ଦୀପାବଳି । ତେବେ ଏହାପୂର୍ବରୁ କରୋନା କଟକଣାକୁ ମାନି ଗୋଟିଏ ପରେ ଗୋଟିଏ ରାଜ୍ୟରେ ବାଣ ବ୍ୟାନ କରାଯାଉଛି । ଦିଲ୍ଲୀ ପରେ ଏବେ ହରିୟାଣାରେ ବ୍ୟାନ୍ ହୋଇଛି ବାଣ । ରାଜ୍ୟର କେବଳ ୮ଟି ଜିଲ୍ଲାରେ ଦୀପାବଳି, ଗୁରୁଦିବସ, କ୍ରିସମାସ ଓ ନବବର୍ଷରେ ୨ ଘଣ୍ଟା ଯାଏ ବାଣ ଫୁଟାଇବା ପାଇଁ ଅନୁମତି ଦିଆଯାଇଥିବା ବେଳେ ଯେଉଁ ସହରର ପ୍ରଦୂଷଣ ମଧ୍ୟମ ଧରଣର ସେଠାରେ କେବଳ ସବୁଜ ବାଣ ବିକ୍ରି ଓ ଫୁଟାଇବା ପାଇଁ ଅନୁମତି ମିଳିଛି । ଆସନ୍ତା ୪ ତାରିଖ ଦୀପାବଳି ଦିନ ରାତି ୮ଟାରୁ ୧୦ଟା କେବଳ ଦୁଇ ଘଣ୍ଟା ଯାଏ ବାଣ ଫୁଟାଇବା ନିମନ୍ତେ ଅନୁମତି ଦିଆଯାଇଛି । କେବଳ ଏତିକି ନୁହେଁ ନିୟମ ଉଲଙ୍ଘନ କଲେ ଉକ୍ତ ବ୍ୟକ୍ତି ପ୍ରତି କଠୋର କାର୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ହରିୟାଣା ସରକାର ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × four =