ଦିଲ୍ଲୀପଙ୍କ ଗତି କୁଆଡେ ?

ବିଜୟ ମହାପାତ୍ର ପୁଣି ବିଜେପିକୁ ଫେରିବା ପରେ ଏବେ ଦିଲ୍ଲୀପ ରାୟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ପରସ୍ପର ମଧ୍ୟରେ ଆଲୋଚନା ଓ ବିଚାର ବିମର୍ଶ କରି ୨୦୧୮ ଡିସମ୍ବର ୧ ତାରିଖରେ ବିଜେପି ଛାଡିଥିଲେ । ବିଜେପି ଛାଡିବା ପରେ ପରେ ଦିଲ୍ଲୀପ ରାୟ ବିଦେଶ ଗସ୍ତ କରିଥିଲେ । ସେତେବେଳେ ବିଜୟ ଗଣମାଧ୍ୟମକୁ କହିଥିଲେ ଯେ, ଦିଲ୍ଲୀପ ରାୟ ବିଦେଶରୁ ଫେରିବା ପରେ ଉଭୟ ଆଲୋଚନା କରି ସେମାନଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ସ୍ଥିର କରିବେ ।
ଦିଲ୍ଲୀପ ରାୟ ବିଦେଶରୁ ଫେରିବା ପରେ ମଧ୍ୟ କୌଣସି ନିଷ୍ପତ୍ତ ହୋଇପାରିନଥିଲା ଉଭୟଙ୍କ ମଧ୍ୟରେ । ଉଭୟ ନେତା ବିଜେଡି ମୁହାଁ ହୋଇଥିବା ଆଲୋଚନା ହେଉଥିଲା । ଏଥିସହ ଏହା ମଧ୍ୟ ଚର୍ଚ୍ଚା ହେଉଥିଲା ଯେ, ବିଜେଡି ଦିଲ୍ଲୀପଙ୍କୁ ଗ୍ରହଣ କରୁଥିବାବେଳେ ବିଜୟଙ୍କୁ ଗ୍ରହଣ କରିବା ସପକ୍ଷରେ ନାହିଁ । ସେଥିପାଇଁ ବିଜେପି ଛାଡିବା ପରେ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ରଙ୍କ ରାଜନୈତିକ ନିଷ୍ପତ୍ତି ଚୂଡାନ୍ତ ରୂପରେଖ ନେଇପାରୁନଥିଲା ।

ତେବେ ଗତ ସପ୍ତାହରେ ଅଳ୍ପ ସମୟ ପାଇଁ ଦିଲ୍ଲୀପ ରାୟଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଦୀର୍ଘ ୧୯ବର୍ଷ ପରେ ନବୀନ ନିବାସରେ ଦିଲ୍ଲୀପ ରାୟଙ୍କୁ ଦେଖି ରାଜନୈତିକ ସମୀକ୍ଷକମାନେ ଭିନ୍ନ ଭିନ୍ନ କଳ୍ପନାଜଳ୍ପନା ପ୍ରକାଶ କରିଥିଲେ । ବିଜୟଙ୍କ ବିନା ଦିଲ୍ଲୀପ ରାୟ ବିଜେଡିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଆଶ୍ଚର୍ୟ୍ୟର କଥା ନବୀନ ଓ ଦିଲ୍ଲୀପଙ୍କ ଭେଟ ହେବା ପରେ ସପ୍ତାହେ ବିତିଯାଇଥିଲେ ମଧ୍ୟ ସେଭଳି କୌଣସି ଘଟଣା ଘଟିନାହିଁ । ବରଂ ନୂଆ ଏକ ରାଜନୈତିକ ଘଟଣାଚକ୍ରରେ ବିଜୟ ମହାପାତ୍ର ପୁଣି ବିଜେପିକୁ ଫେରିଯାଇଛନ୍ତି ।

ଦିଲ୍ଲୀପ ରାୟ ଯଦି ବିଜୟଙ୍କ ବିଜେପି ଫେରିବା ନେଇ ସହମତ ତାହାଲେ ସ୍ବଭାବିକ ଭାବରେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ଦିଲ୍ଲୀପ ମଧ୍ୟ ବିଜୟଙ୍କ ରାସ୍ତାରେ ଯାଇପାରନ୍ତି ବା ବିଜେପିକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Share

Leave a Reply

Your email address will not be published. Required fields are marked *

three × 3 =