ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା । ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରାକୃତିକ ବିପର୍ୟ୍ୟୟର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ମିଳିମିଶି କାମ କରିଥିଲେ । ବାତ୍ୟା ଫୋନିର ମୁକାବିଲା ପାଇଁ ଓଡିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି ଧର୍ମେନ୍ଦ୍ର ।

ବାତ୍ୟା ସହାୟତାରେ କେନ୍ଦ୍ରର ଭୂମିକାକୁ ନେଇ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ସେହିପରି ରାଜ୍ୟ ସରକାରଙ୍କ ଅନୁରୋଧ ପରେ ରାଜ୍ୟକୁ କିରୋସିନ, ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଯୋଗାଇଥିଲା କେନ୍ଦ୍ର । ବାତ୍ୟା ସ୍ଥିତିର ମୁକାବିଲା ନେଇ ନବୀନଙ୍କୁ ମୋଦିଙ୍କ ପ୍ରଶଂସା ଏବଂ ବାତ୍ୟା ପରେ ସହଯୋଗ ନେଇ ମୋଦିଙ୍କୁ ନବୀନଙ୍କ ଧନ୍ୟବାଦ କୁ ଅନ୍ୟ ଆଖିଲେ ଦେଖିଥିଲା କଂଗ୍ରେସ ।

Share

Leave a Reply

Your email address will not be published. Required fields are marked *

six − 1 =