ବିଜେଡି ସାଂସଦଙ୍କ ଧର୍ମେନ୍ଦ୍ରଙ୍କୁ ଜବାବ

ଭୁବନେଶ୍ୱର() ଆସନ୍ତା ୨୧ ତାରିଖ ଦିନ ବିଜେପୁର ଫାଇଟ । କଂଗ୍ରେସ ପକ୍ଷରୁ ଦିଲ୍ଲୀପ ପଣ୍ଡା, ବିଜେପି ପକ୍ଷରୁ ସନତ ଗଡ଼ତିଆ ଓ ବିଜେଡି ପକ୍ଷରୁ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଛି । ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ବିଭିନ୍ନ ଦଳରେ ନେତା ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି ।

ତେବେ ବିଜେପୁର ଉପନିର୍ବାଚନ ପ୍ରଚାରବେଳେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଚାରିଥିବା ପ୍ରଶ୍ନର ଜବାବ ଦେଇଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚର୍ୟ୍ୟ । ଧର୍ମେନ୍ଦ୍ର ପ୍ରଚାର ବେଳେ ପଚାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହିଁକି ବିଜେପୁର ଛାଡ଼ିଦେଲେ ? ଏହି ପ୍ରଶ୍ନର ଉତ୍ତର ଏକ ଭିନ୍ନ ଢଙ୍ଗରେ ଦେଇଛନ୍ତି ପ୍ରସନ୍ନ ଆଚାର୍ୟ୍ୟ ।

ଆଚାର୍ୟ୍ୟ କହିଛନ୍ତି କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେ ଗୋଟିଏ ଆସନ ଛାଡ଼ିଛନ୍ତି ତାହା ନୁହେଁ । ଦେଶର ପ୍ରଧାନମନ୍ତ୍ରୀ ବି ଛାଡ଼ିଛନ୍ତି । ଏହା ସାମ୍ବିଧାନିକ ପ୍ରକ୍ରିୟାର ଏକ ଅଂଶ ବିଶେଷ । କେନ୍ଦ୍ର ସରକାର ବିକାଶର ନାରା ଦେଇଥିଲେ । ତେବେ କେଉଁ କେଉଁ କ୍ଷେତ୍ରରେ ବିକାଶ ହୋଇଛି ତାହାର ଏକ ତାଲିକା ଦେବେ କି ବୋଲି ଶ୍ରୀ ଆଚାର୍ୟ୍ୟ ପ୍ରଶ୍ନ କରିଛନ୍ତି । ଏହାଛଡ଼ା ଗଙ୍ଗାଧର ମେହେର ପ୍ରକଳ୍ପ ବହୁ କୋଟିର ହୋଇଥିବାରୁ ବିଳମ୍ବ ହେଉଛି ବୋଲି ସେ କହିଥିଲେ ।

ଏହା ସହ କଂଗ୍ରେସ ବିଜେଡିର ଟିମ ‘ବି’ ବୋଲି କହି ଧର୍ମେନ୍ଦ୍ର ପ୍ରଧାନ ଯେଉଁ କଟାକ୍ଷ କରିଥିଲେ ତାହାର ଉତ୍ତର ରଖି ଶ୍ରୀ ଆଚାର୍ୟ୍ୟ କହିଛନ୍ତି କିଏ କାହାର ‘ବି’ ଟିମ ସେ ନେଇ ବିଜେପି ଓ କଂଗ୍ରେସର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ବିଜେଡି ‘ବି’ ଟିମ ପ୍ରତିଦ୍ୱନ୍ଦ୍ୱିତା ଭିତରେ ନାହିଁ । ଗତ ନିର୍ବାଚନରେ ବିଜେପି ଜିତିବ ବୋଲି କହିଥିଲା । ୨୧ ପରେ ବି ଉତ୍ତର ପାଇଯିବ ବୋଲି ଶ୍ରୀ ଆଚାର୍ୟ୍ୟ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 + nine =