ବିପର୍ଯ୍ୟୟ ସମୟରେ ଧର୍ମେନ୍ଦ୍ର ପ୍ରଧାନ ଦଳୀୟ ରାଜନୀତରୁ ଉର୍ଦ୍ଧ୍ବକୁ ଉଠନ୍ତୁ : ବିଜେଡି

ଭୁବନେଶ୍ବର () ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହିଁ ଉଚ୍ଚକୋଟିର ନେତାଙ୍କ ନେତୃତ୍ବର ପରିପ୍ରକାଶ ହୋଇଥାଏ । କିନ୍ତୁ ସମ୍ଭାବ୍ୟ ଫନି ଓଡିଶା ଉପକୂଳରେ ବିପର୍ଯ୍ୟୟର ତାଣ୍ଡବ ଖେଳିବାର ଆଶଙ୍କା ସୃଷ୍ଟି ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶସ୍ତା ରାଜନୀତିକୁ କଟୁ ଭାଷାରେ ସମାଲୋଚନା କରିଛି ବିଜେଡି । ତାଙ୍କର ଏଭଳି ରାଜନୀତି ପ୍ରମାଣିତ କରୁଛି ଯେ, ରାଜ୍ୟବାସୀଙ୍କ ସୁରକ୍ଷା ଓ ସ୍ବଚ୍ଛନ୍ଦତା ଅପେକ୍ଷା ରାଜନୀତି ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି ।

ଆଜି ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା 11ଟି ଜିଲ୍ଲାରେ ଆଚରଣ ବିଧି କୋହଳ ହେବା ନେଇ ପ୍ରଶ୍ନ ଉଠାଇବା ସହ ନିର୍ଦ୍ଧାରିତ ସମୟରେ ପାଟକୁରା ନିର୍ବାଚନ କରାଇବାକୁ ଦାବି କରିଛନ୍ତି ।

ତାଙ୍କର ଏଭଳି ପଦକ୍ଷେପକୁ ସମାଲୋଚନା କରି ବିଜେଡି ପ୍ରଶ୍ନ କରିଛି ଯେ, ସେ କଣ ସମ୍ଭାବ୍ୟ ବିପର୍ଯ୍ୟୟର ଗୁରୁତ୍ବକୁ ଉପଲବ୍ଧି କରିପାରୁନାହାଁନ୍ତି । ଏହା ତାଙ୍କର ହତାସା ଭାବାର ପରିପ୍ରକାଶ ବୋଲି ସସ୍ମିତ କହିଛନ୍ତି । ରାଜ୍ୟରେ ଚାରୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏଭଳିସ୍ଥିତିରେ ଏବେ କେନ୍ଦ୍ରମନ୍ତ୍ରୀ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ବକୁ ଉଠି ବିପର୍ଯ୍ୟୟ ସମୟରେ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରନ୍ତୁ ନାହିଁ । ସେ କେରଳ ଓ ଆନ୍ଧ୍ରପ୍ରଦେଶରୁ ଶିକ୍ଷା ଗ୍ରହଣ କରିବା ଉଚିତ । ସେଠାରେ ବିରୋଧୀ ଦଳଗୁଡିକ ସରକାରଙ୍କ ସହ ବିପର୍ଯ୍ୟୟ ମୁକାବିଲା ପାଇଁ ହାତ ମିଳାଇଛନ୍ତି ବୋଲି ସସ୍ମିତ କହିଛନ୍ତି ।

ପାଣିବାକ ବିଭାଗ ପକ୍ଷରୁ ମିଳୁଥିବା ସୂଚନା ଅନୁଯାୟୀ ବାତ୍ୟା ଫନି ଭୟଙ୍କର ରୂପରେ ଓଡିଶା ଆଡକୁ ଅଗ୍ରସର ହେଉଛି । ତେଣୁ ବିଜେଡି ସରକାର ଲୋକଙ୍କ ସୁରକ୍ଷା ପାଇଁ ସବୁ ପ୍ରକାର ପ୍ରତିକାରାତ୍ମକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏଥିସହିତ ବିପଦ ସଙ୍କୁଳ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର, ସେମାନଙ୍କୁ ରିଲିଫ ଯୋଗାଣ ଏବଂ ବିପର୍ଯ୍ୟୟ ପରେ ଥଇଥାନ ନେଇ ସରକାର ଗୁରୁତ୍ତର ସହ କାର୍ଯ୍ୟ କରୁଛନ୍ତି । ଏଥିସହିତ ସରକାର ଜିରୋ କାଜୁଆଲିଟି ପାଇଁ ଉଦ୍ୟମ କରୁଛନ୍ତି । ପରିସ୍ଥିତିର ଭୟାବହତାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ରିଲିଫ ଓ ଥଇଥାନ କାର୍ଯ୍ୟକୁ ବିନା କୌଣସି କଟକଣାରେ ତ୍ବରାନ୍ବିତ କରିବାକୁ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଥିଲେ । ଖରାଦିନେ ଏଭଲି ଏକ ବିଲକ୍ଷଣ ହେଉଥିବାରୁ ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ସମସ୍ତେ ହାତ ମିଳାଇବାକୁ ବିଜେଡି ଆହ୍ବାନ କରିଛି ।

Share

Leave a Reply

Your email address will not be published. Required fields are marked *

3 + sixteen =