ପାକିସ୍ତାନକୁ ବସ ସେବା ବନ୍ଦ କଲା ଭାରତ

ଜାମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି ।  ପ୍ରଥମେ ସମଝୌତା ଏକ୍ସପ୍ରେସକୁ ବନ୍ଦ କରି ଥିଲା ପାକିସ୍ତାନ । ଆଜି ଦୁଇ ଦେଶ ମଧ୍ୟରେ ଯାତାୟତ କରୁଥିବା ଦିଲ୍ଲୀ-ଲାହୋର ବସ୍ ସେବାକୁ ବନ୍ଦ କରି ଦେଇଛି ଭାରତ । ସୋମବାର ଡିଟିସି ଏ ନେଇ ଘୋଷଣା କରିଛି ।

ସରକାରଙ୍କ କଶ୍ମୀର ନିଷ୍ପତ୍ତି ପରେ ପାକିସ୍ତାନ ଭାରତ ସହ ସମସ୍ତ ବାଣିଜ୍ୟିକ ସମ୍ପର୍କ ତୁଟାଇ ଦେଇଛି । ପାକିସ୍ତାନ ଭାରତ ସହିତ ସମସ୍ତ କୂଟନୈତିକ ଓ ବାଣିଜ୍ୟିକ ସମ୍ପର୍କ ମଧ୍ୟ ଛିନ୍ନ କରିଛି ।
ସେପଟେ ଆଜି ପବିତ୍ର ଇଦ୍-ଉଲ-ଜୁହା ବା ବକ୍ରି ଇଦ୍ ଅବସରେ ଭାରତୀୟ ବିଏସ୍ଏଫ୍ ଯବାନଙ୍କ ପକ୍ଷରୁ ୱାଘା ଅଟ୍ଟାରୀ ସୀମାନ୍ତରେ ମୁତୟନ ପାକିସ୍ତାନୀ ସୈନ୍ୟମାନଙ୍କୁ ମିଠା ପ୍ୟାକେଟ ଦିଆଯାଇଥିଲା। ହେଲେ

ପାକିସ୍ତାନ ରେଞ୍ଜର୍ସ ଏହାକୁ ଗ୍ରହଣ କରି ନଥିଲେ। ଫଳରେ ବର୍ଷ ବର୍ଷ ଧରି ଚାଲିଥିବା ପରମ୍ପରାରେ ଆଜି ଏକ ବ୍ୟତିକ୍ରମ ସୃଷ୍ଟି ହୋଇଛି।

ବିଏସ୍ଏଫ୍ ଡେପୁଟି ଇନ୍ସପେକ୍ଟର ଜେନେରାଲ ବିଏସ୍ ରାୱତ କହିଛନ୍ତି, “ପାକ୍ ରେଞ୍ଜର୍ସ ପକ୍ଷରୁ ଆଜି ଆମ ସହ ଯୋଗାଯୋଗ କରାଯାଇଥିଲା। ଏହାପରେ ସେମାନେ ଆମ ଠାରୁ ମିଠା ନେବେ ନାହିଁ କିମ୍ବା ଇଦ୍ ପାଇଁ ଶୁଭେଚ୍ଛା ଗ୍ରହଣ କରିବେ ନାହିଁ ବୋଲି କହିଥିଲେ।”

Share

Leave a Reply

Your email address will not be published. Required fields are marked *

two × one =