ମଦ ବଦଳରେ  ସାନିଟାଇଜର ପିଇ ୯ ମୃତ

ମଦ ବଦଳରେ  ସାନିଟାଇଜର ପିଇ ୯ ମୃତ ।ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି  ।  ଗତ କିଛିଦିନ ଧରି ସାନିଟାଇଜରରେ  ପାଣି ଓ ଥଣ୍ଡା ମିଶାଇ ପିଉଥିଲେ ଏହି ୯ ମୃତ ବ୍ୟକ୍ତି ।

ପୁଲିସ କହିବାନୁଯାୟୀ, ଏନେଇ ତଦନ୍ତ ଚାଲିଛି  । ସେମାନେ କେବଳ  ସାନିଟାଇଜର ପିଇଥିଲେ ନା ସାନିଟାଇଜର ସହ ଅନ୍ୟ କୌଣସି ନିଶା ଦ୍ରବ୍ୟ ସେବନ କରିଥିଲେ ସେନେଇ ବି ତଦନ୍ତ କରଯାଉଛି । ତେବେ ପରିବାରବର୍ଗଙ୍କ କହିବା କଥା ହେଉଛି, ଗତ ୧୦ ଦିନ ଧରି ସେମାନେ ସାନିଟାଇଜର ପିଉଥିଲେ  । ଫଳରେ ସାନିଟାଇଜର ନାଁରେ ଚୋରା ମଦ କାରବାର ଚାଲିଥିଲା କି ନେଇ ସେସମ୍ପର୍କରେ ବି ପୁଲିସ ତଦନ୍ତ କରିବ  । ସେହି ଅଂଚଳରେ ମିଳୁଥିବା ସାନିଟାଇଜରକୁ ଯାଂଚ କରିବା ପାଇଁ ପଠାଇ ଦିଆଯାଇଛି ବୋଲି ପୁଲିସ ଏସପି ସିଦ୍ଧାର୍ଥ କୌଶଲ ସୂଚନା ଦେଇଛନ୍ତି  । କୁରିଚେଡ଼ୁ ଅଂଚଳରେ ଏବେ ଲକଡାଉନ ଚାଲିଛି  । ଗତ କିଛିଦିନ ଧରି ସେଠାରେ ମଦ ଦୋକାନ ବି ବନ୍ଦ ରହିଛି  । କିନ୍ତୁ ନିୟମିତ ମଦ ପିଉଥିବା ଲୋକମାନେ ସାନିଟାଇଜରରେ ଆଲକୋହଲ ଥିବାରୁ ତାହାକୁ ପିଉଥିଲେ । ପ୍ରଥମେ ଦୁଇ ଜଣ ଭିକାରୀଙ୍କର ମୃତୁ୍ୟ ହୋଇଥିଲା । ପରେ ଅନ୍ୟମାନେ ମେଡ଼ିକାଲରେ ମୃତୁ୍ୟବରଣ କରିଥିଲେ  ।

Share

Leave a Reply

Your email address will not be published. Required fields are marked *

2 × five =