ବିଜେଡିରୁ ବିଦା ହେଲେ ଦାମ

ବିଜେଡିର ବୁର୍ବତନ ମନ୍ତ୍ରୀ ତଥା ବିଧାୟକ ଦାମ ରାଉତଙ୍କୁ ଦଳରୁ ବହିଷ୍କାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଦାମ ସବୁବେଳେ ଦଳ ବିରୋଧରେ ମନ୍ତବ୍ୟ ଦେଉଥିଲେ । ଯାହା ପାଇଁ ଦଳରେ ବିଶୃଙ୍ଖଳା ସୃଷ୍ଟି ହେଉଥିଲା । ତେବେ ଦଳ ବିରୋଧୀ କାମ ପାଇଁ ଗତକାଲି ବରିଷ୍ଠ ବିଧାୟକ ଦାମ ରାଉତ ଦଳରୁ ବିଦାହୋଇଛନ୍ତି । ତେବେ ଦାମ ବିଦା ହେବା ପରେ ଅନେକ ନେତା ତାଙ୍କୁ ଭେଟିବା ପାଇଁ ତାଙ୍କ ସରକାରୀ ବାସଭବନକୁ ଯାଇଥିଲେ । ସେପଟେ ବିଜେଡିର ସାସଂଦ ସୌମ୍ୟରନଜନ ପଟ୍ଟନାୟକ କହିଛନ୍ତି ଦାମଙ୍କୁ ବହିଷ୍କାର ଛଡା ସଭାପତିଙ୍କ ପାଖରେ ଆଉ କିଛି ବିକଳ୍ପ ନଥିଲା । ସେପଟେ ବିଜେଡିର ପୂର୍ବତନ ସାସଂଦ ବୈଜୟନ୍ତ ପଣ୍ଡା କହିଛନ୍ତି ଦାମଙ୍କ ଉପରେ ଅନ୍ୟାୟ ହୋଇଛି । ସେପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ଯଦି ଦାମ ଓଡିଶାର ବିକାଶ ଚାହୁଁଛନ୍ତି ତେବେ କଂଗ୍ରେସରେ ଯେଗୋ ଦିଅନ୍ତୁ । ତେବେ ରାଜନୀତିରେ ଆଗକୁ କଣ ହେବ ତାହା ଦେଖିବାକୁ ବାକି କହିଲା

Share

Leave a Reply

Your email address will not be published. Required fields are marked *

one + one =