ବହିଷ୍କାର ଆଦେଶ ଉଠାଇ ନେବାପରେ ମୁଁ ବିଜୁ ଜନତା ଦଳରେ ହିଁ ଅଛି

ଭୁବନେଶ୍ୱର()  ବିଜେଡ଼ିକୁ ଫେରିବା ପାଇଁ ଚାହୁଁଛନ୍ତି ବରିଷ୍ଠ ନେତା ଦାମ ରାଉତ୍ ।ବିଜେଡ଼ିରୁ ବହିଷ୍କାର ପରେ ବିଜେପିରେ ଯୋଗଦେଇଥିଲେ ଦାମ ରାଉତ୍ । ବିଜେପିରେ ଯୋଗ ଦେଇଥିଲେ ସିନା ହେଲେ ମନ କିନ୍ତୁ ବିଜେଡ଼ିରେ ଥିଲା । ମାତ୍ର ୭ ମାସର ସମ୍ପର୍କ ବେଶୀ ଦିନ ତିଷ୍ଠିପାରି ନଥିଲା । ଆଉ ତା’ପରେ ବିଜେପିରେ କୋଣଠେସା ଅଭିଯୋଗ କରି ଦଳ ଛାଡ଼ିଥିଲେ ଦାମ ରାଉତ ।

ଦାମ କହିଛନ୍ତି, ମୁଁ ନବୀନ ବାବୁଙ୍କ ବିରୋଧୀ ନୁହେଁ । ଜୀବନରେ କେବେ ବି ନବୀନ ବାବୁଙ୍କୁ ବିରୋଧ କରିନି । ମୁଁ ବିଜେଡି ଲୋକ, ବିଜେଡିର ଜଣେ ପୁରୁଖା ସଦସ୍ୟ । ନବୀନ ବାବୁଙ୍କୁ ମୁଁ ସବୁବେଳେ ସମର୍ଥନ କରିଆସିଛି । ମୁଁ ଦଳରେ ଥିଲି । ମୋତେ ଦଳରୁ ବହିଷ୍କାର କରାଯାଇଥିଲା । ବହିଷ୍କାର ଆଦେଶ ଉଠାଇ ନେବାପରେ ମୁଁ ବିଜୁ ଜନତା ଦଳରେ ହିଁ ଅଛି । ପୂର୍ବରୁ ଅନେକ ବାର ନବୀନ ବାବୁଙ୍କୁ ବିରୋଧ କରିଥିବା ଲୋକଙ୍କୁ ମୋ ହାତରେ ଦଳରୁ ବାହାର କରାଯାଇଛି । ହେଲେ କିଛି ଲୋକଙ୍କ ପ୍ରରୋଚନାରେ ଆସି ମୋତେ ଦଳରୁ ବାହାର କରାଯାଇଥିଲା ।ମୋ ରାଜନୀତି ଜୀବନର ପ୍ରଜ୍ଞାପୁରୁଷ ହେଉଛନ୍ତି ବିଜୁ ବାବୁ । ତାଙ୍କୁ ଛାଡ଼ିକି ରହିବା ପାଇଁ ମୋର ନୈତିକ ସାମର୍ଥ୍ୟ ନାହିଁ । ପଦପଦବୀର ଆଶାନରଖି ବିଜୁ ବାବୁଙ୍କ ଅନୁଗତ ରୂପେ ଦଳରେ ରହି ଶେଷ ଜୀବନ କାଟିବାକୁ ଚାହୁଁଛନ୍ତି । ମୁଁ ବିଜୁ ବାବୁଙ୍କ ଲୋକ ବୋଲି ଓଡ଼ିଶା ସାରା ଲୋକେ ଅବଗତ ।

ତେବେ ଦଳକୁ ଫେରିଲେ ବି କୌଣସି ପଦପଦବୀର ଲାଳସା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ମୋର କେବଳ ପରିଚୟ ଅପସାରିତ ହୋଇଯାଇଛି । ସେହି ପରିଚୟ ଫେରିଆସିଲେ ମୁଁ ଅତ୍ୟନ୍ତ ଖୁସି ହେବ । ମୋର ଅନ୍ୟକି ଛିର ଲାଳସା ନାହିଁ ।

Share

Leave a Reply

Your email address will not be published. Required fields are marked *

four × five =