ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ରୂପ ନେଇ ଓଡ଼ିଶା ଉପକୂଳର ନିକଟତର ହେବାରେ ଲାଗିଛି ‘ବୁଲ୍‌ବୁଲ୍‌’

ଭୁବନେଶ୍ୱର() ପାରାଦୀପଠାରୁ ୯୫ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହେଉଛି ଭୀଷଣ ସାମୁଦ୍ରିକ ଝଡ । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହୁଛି । ଉପକୂଳ ଓ ଉତର ଓଡିଶାରେ ବର୍ଷା ଆରମ୍ଭ ହୋଇଛି । ଏବଂ ପବନର ବେଗ ମଧ୍ୟ ବଢିବାରେ ଲାଗିଛି ।ଘଂଟାପ୍ରତି ୧୫ କିଲୋମିଟର ବେଗରେ ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଇଛି ବାତ୍ୟା ବୁଲବୁଲ ।

ଅନ୍ୟପଟେ ବୁଲବୁଲ ପ୍ରଭାବରେ ୪ଟି ଜିଲ୍ଲାର ୬ଟି ବ୍ଲକ୍ ବିଶେଷ ଭାବେ ପ୍ରଭାବିତ ହୋଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରୀପଡା ଓ ଜଗତସିଂହପୁର ଜିଲ୍ଲାର ୬ଟି ବ୍ଲକରେ ବର୍ଷା ଏବଂ ପବନ ଯୋଗୁଁ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । କେତେକ ସ୍ଥାନରେ ଘର ଉପରେ ମଧ୍ୟ ଗଛ ପଡିଥିବା ଜଣାପଡିଛି । ପରିସ୍ଥିତିକୁ ନଜରରେ ରଖି ୨ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି ।

Share

Leave a Reply

Your email address will not be published. Required fields are marked *

17 + 6 =