ଫାଇନାଲରେ କେକେଆରକୁ ଭେଟିବ ଚେନ୍ନାଇ

ଦୁବାଇ: ଆଇପିଏଲ ମହାସମରର ମହାମୁକାବିଲାରେ ଭେଟାଭେଟି କୋଲକାତା ନାଇଟରାଇଡର୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ । ଚେନ୍ନାଇ ପୂର୍ବରୁ ତିନିଥର ଚାମ୍ପିୟନ ହୋଇଥିବାବେଳେ କୋଲକାତା ୨ଥର ବିଜୟୀ ହୋଇଛି । ତେବେ ଚଳିତବର୍ଷ ଉଭୟ ଦଳ ଦମଦାର ଫର୍ମରେ ଅଛନ୍ତି । ଦିଲ୍ଲୀକୁ ହରାଇ ପ୍ରଥମେ ଫାଇନାଲରେ ଚେନ୍ନାଇ ସ୍ଥାନ ପକ୍କା କରିଥିବାବେଳେ କୋଲକାତା କ୍ୱାଲିଫାୟର-୨ରେ ଦିଲ୍ଲୀକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଶୁକ୍ରବାର ଦଶହରାରେ ହେବ ଫାଇନାଲ ମୁକାବିଲା ।

କୋଲାକାତା କେବେ ବି ଫାଇନାଲରେ ହାରିନାହିଁ । ଏଣୁ କୋଲକାତାର ପଲ୍ଲା ଭାରି ରହିବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ସେପଟେ ଚଳିତ ବର୍ଷ ଖେଳାଯାଇଥିବା ଦୁଇଟିଯାକ ମ୍ୟାଚରେ ଚେନ୍ନାଇ କୋଲକାତାକୁ ହରାଇଛି । ଧୋନୀଙ୍କ ବିଚକ୍ଷଣ କ୍ଷେତ୍ର ରକ୍ଷଣ ଆଗରେ କୋଲାକାତା ଯୁବ ଖେଳାଳୀଙ୍କ ଫାଇନାଲ ପ୍ରଦର୍ଶନ କେମିତି ହେବ ଏବଂ କିଏ ଜିତିବ ତାକୁ ନେଇ ଆରମ୍ଭ ହୋଇଗଲାଣି କଳ୍ପନା ଜଳ୍ପନା । ଫ୍ୟାନ୍ସଙ୍କ ମଧ୍ୟରେ ଲାଗି ରହିଛି ଉକ୍ରଣ୍ଠା । କିଏ ଜିତିବ ? କିଏ ଭଲ ଖେଳିବ? ଏମିତି ଅନେକ କଥାକୁ ନେଇ ଚର୍ଚ୍ଚା ହେଉଛି ।

Share

Leave a Reply

Your email address will not be published. Required fields are marked *

eighteen + 20 =