ଆସିକାରୁ ସିପିଆଇ, ଭୁବନେଶ୍ବରରୁ ସିପିଏମ ଓ ମୟୁରଭଂଜରୁ ଜେଏମଏମ

ସିପିଆଇ, ସିପିଏମ, ଜେଏମଏମ ସହ ମେଣ୍ଟ କରିଛି କଂଗ୍ରେସ

ଭୁବନେଶ୍ବର () : ଆଗାମୀ ନିର୍ବାଚନରେ ବାମ ଦଳ ସହ ମେଣ୍ଟ କରିବ କଂଗ୍ରେସ । ଉଭୟ ବିଜେପି ଓ ବିଜେଡି ବିରୋଧରେ ଲଢିବାକୁ ସିପିଆଇ, ସିପିଏମ, ଜେଏମଏମ ଭଳି ରାଜନୈତିକ ଦଳଙ୍କ ସହ ମେଂଟ କରି ମୈଦାନକୁ ଓହ୍ଲାଇବ କଂଗ୍ରେସ । ଏହି କ୍ରମରେ ଓଡିଶା ଗସ୍ତରେ ଥିବା ସିପିଆଇ ଜାତୀୟ ସାଧାରଣ ସଂପାଦକ ଡି. ରାଜା ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ।

ଆସନ୍ତା ସାଧାରଣ ନିର୍ବାଚନରେ ସିପିଆଇ, ସିପିଏମ, ଜେଏମଏମ ଓ କଂଗ୍ରେସ ଏକାଠି ମିଶି ପ୍ରାର୍ଥୀ ଦେବେ ବୋଲି ବୁଝାମଣା ହୋଇଛି । ସିପିଆଇ, ସିପିଏମ୍‌ ଓ ଜେଏମ୍‌ଏମ୍‌ ସହିତ ମିଶି ଆଗାମୀ ୨୦୧୯-ନିର୍ବାଚନ ମଇଦାନକୁ ଓହ୍ଲାଇବ କଂଗ୍ରେସ । ଏଥିପାଇଁ ସିପିଆଇ ନେତା ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହିତ ବୈଠକ ହୋଇସାରିଛି । ସିପିଆଇ ୧୨ଟି ବିଧାନସଭା ଓ ୨ଟି ଲୋକସଭା ଆସନ ପାଇଁ ଦାବି କରିଛି । ଆସନ ବୁଝାମଣା ନେଇ ଆଲୋଚନା ହୋଇସାରିଛି ବୋଲି ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଡି.ରାଜା । ସେ ମଧ୍ୟରୁ ଗୋଟିଏ ଲୋକସଭା ଆସନ ଆସିକା ସିପିଆଇ ପ୍ରାର୍ଥୀ ଦେବ ବୋଲି ଚୁଡାନ୍ତ ହୋଇଥିବା ବେଳେ ବିଧାନସଭା ଆସନ ଚୁଡାନ୍ତ ହୋଇନାହିଁ ।

ପିସିସି ସଭାପତି ନିରଂଜନ ପଟ୍ଟନାୟକ ଦେଇଥିବା ସୂଚନା ଅନୁଯାୟୀ ଭୁବନେଶ୍ବର ଲୋକସଭା ଆସନ ସିପିଏମକୁ ଏବଂ ମୟୁରଭଂଜ ଲୋକସଭା ଆସନ ଜେଏମଏମକୁ ଛଡାଯିବ । ସିପିଏମରୁ ଜନାର୍ଦ୍ଦନ ପତି ଭୁବନେଶ୍ବର ଲୋକସଭା ଆସନରୁ ଲଢିବେ । ସାଧାରଣତଃ ଭୁବନେଶ୍ବର ଲୋକସଭା ଆସନ ଉପରେ ସମସ୍ତଙ୍କ ନଜର ରହୁଥିବା ବେଳେ କଂଗ୍ରେସ ଏହି ଆସନଟିକୁ ସିପିଏମକୁ ଟେକିଦେବା ଆଶାୟୀଙ୍କୁ ନିରାଶ କରିଛି । ଭୁବନେଶ୍ବର ଲୋକସଭା ଆସନ ପାଇଁ କଂଗ୍ରେସରୁ ଦୌଡରେ ଥିଲେ ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ରାଜୀବ ପଟ୍ଟନାୟକ ଓ ଲୋକନାଥ ମହାରଥୀ ।

Share

Leave a Reply

Your email address will not be published. Required fields are marked *

13 + 16 =