ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯୩୯୧କୁ ବୃଦ୍ଧି

ନୂଆଦିଲ୍ଲୀ()  ଦେଶରେ କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । କରୋନାରେ ଦେଶରେ ମୃତ୍ୟୁ ସଂଖ୍ୟା ୧୬୯୪କୁ ବୃଦ୍ଧି ପାଇଥିବା ବେଳେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯ହଜାର ୩୯୧ ରହିଛି । ବର୍ତ୍ତମାନ ୩୩ହଜାର ୫୧୪ ଜଣ ଚିକିତ୍ସାଧୀନ ଥିବା ବେଳେ ୧୪ହଜାର ୧୮୨ଜଣ ଡିସଚାର୍ଜ ହୋଇଛନ୍ତି । ଏହାସହ ୨୪ଘଣ୍ଟାରେ ୧୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ହଜାର ୯୫୮ ନୂଆ ମାମଲା ଆସିଛି । ସେହିପରି ମହାରାଷ୍ଟ୍ରରେ ୬୧୭, ଗୁଜୁରାଟରେ ୩୬୮, ମଧ୍ୟପ୍ରଦେଶରେ ୧୭୬, ପଶ୍ଚିମବଙ୍ଗରେ ୧୪୦, ରାଜସ୍ଥାନରେ ୮୯, ଦିଲ୍ଲୀରେ ୬୪, ଉତ୍ତରପ୍ରଦେଶରେ ୫୬, ଆନ୍ଧ୍ରପ୍ରଦେଶରେ ୩୬, ତାମିଲନାଡ଼ୁରେ ୩୩, ତେଲେଙ୍ଗାନାରେ ୨୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

eleven − four =