କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୫୬ହଜାର ୧୮୩କୁ ବୃଦ୍ଧି

ନୂଆଦିଲ୍ଲୀ()  ଦେଶରେ ଯେମିତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୫୬ହଜାର ୧୮୩ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪ହଜାର ୪୭୬ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ୧୫ହଜାର ୯୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୪୬୫ଜଣଙ୍କର ମୃତ୍ୟୁ ହୋଇଛି । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨ଲକ୍ଷ ୫୮ହଜାର ୬୮୫ ଜଣ ଓ ଆକ୍ଟିଭ କେସ୍ ୧ଲକ୍ଷ ୮୩ହଜାର ୨୨ରେ ପହଞ୍ଚିଛି । ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୬୫୩୧, ଦିଲ୍ଲୀରେ ୨୩୦୧, ଗୁଜୁରାଟରେ ୧୬୧୦, ତାମିଲନାଡ଼ୁରେ ୮୩୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

3 × 1 =