ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୪୯ କୁ ବୃଦ୍ଧି

ଭାରତରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୫ ହଜାର ୧୯୪କୁ ବୃଦ୍ଧି ହୋଇଛି । ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୯ କୁ ବୃଦ୍ଧି ପାଇଛି । ଏବଂ ୪୦୨ ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୦୧୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୬୪ଜଣଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପଟେ ପୁରା ବିଶ୍ୱରେ କରୋନା ଆକ୍ରାନ୍ତ ସଂଖ୍ୟା ୧୪ ଲକ୍ଷ ୩୦ ହଜାର ୪୫୩ ଅତିକ୍ରମ କରିଛି । ଏହା ମଧ୍ୟରେ ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨ ହଜାର ୧୩୩କୁ ବୃଦ୍ଧି ହୋଇଛି । ବିଶ୍ୱରେ ଏବେ କରୋନାରେ ସବୁଠାରୁ ଅଧିକ ଆକ୍ରାନ୍ତ ରାଷ୍ଟ୍ର ହେଉଛି ଆମେରିକା ।

Share

Leave a Reply

Your email address will not be published. Required fields are marked *

fourteen + 4 =