୨୪ଘଣ୍ଟାରେ ୧୩, ୫୮୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ() ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୮୦,୫୩୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨ହଜାର ୫୭୩ରେ ପହଞ୍ଚିଛି । ସେହିପରି ଗତ ୨୪ଘଣ୍ଟାରେ ୧୩, ୫୮୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୩୩୬ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଦେଶରେ ୧,୬୩, ୨୪୮ ଜଣ ଚିକିତ୍ସାଧୀନ ଥିବା ବେଳେ ସୁସ୍ଥ ହୋଇଛନ୍ତି ୨ଲକ୍ଷ ୪ହଜାର ୭୧୧ଜଣ ।
ମହାରାଷ୍ଟ୍ରରେ ସର୍ବାଧିକ ୫୭୫୧, ଦିଲ୍ଲୀରେ ୧୯୬୯, ଗୁଜୁରାଟରେ ୧୫୯୧, ତାମିଲନାଡୁରେ ୬୨୫, ପଶ୍ଚିମବଙ୍ଗରେ ୫୧୮, ମଧ୍ୟପ୍ରଦେଶରେ ୪୮୬, ଉତ୍ତରପ୍ରଦେଶରେ ୪୬୫ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

seven + 4 =