ଆମେରିକା ପ୍ରଥମ, ଭାରତ ସପ୍ତମ

ନୂଆଦିଲ୍ଲୀ()  ଦେଶରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ୫ ହଜାର ୩୯୪କୁ ବୃଦ୍ଧି ଘଟିଛି । ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ୫୩୫କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ ୨୩୦ ଜଣଙ୍କର ମୃତ୍ୟୁ ହେବା ସହ ୮ ହଜାର ୩୯୨ ଜଣ ନୂଆ ଆକ୍ରାନ୍ତ ହୋଇଛନ୍ତି । ଏଯାଏ ଦେଶରେ ମୋଟ ୯୧ ହଜାର ୮୧୮ ଜଣ ସୁସ୍ଥ ହୋଇଛନ୍ତି । ୯୩ ହଜାର ୩୨୨ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

ତେବେ ଆମେରିକାରେ ସର୍ବାଧିକ କରେନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆମେରିକା କରୋନା ଆକ୍ରାନ୍ତରେ ପ୍ରଥମ ସ୍ଥାନରେ ଥିବା ବେଳେ ସେଠରେ ୧୮ଲକ୍ଷ ୩୭ ହଜାର ୧୩୭ ଆକ୍ରାନ୍ତ୍ର ଚିହ୍ନଟ ହୋଇଛନ୍ତି । ଏହିକ୍ରମରେ ଭାରତ ସପ୍ତମ ସ୍ଥାନରେ ରହିଛି । ଭାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ୫୩୫କୁ ବୃଦ୍ଧି ପାଇଛି ।

ତେବେ ମହାରାଷ୍ଟ୍ରରେ ସର୍ବାଧିକ ୨୨୮୬ ଓ ଗୁଜରାଟରେ ୧୦୩୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିପରି ଦିଲ୍ଲୀରେ ୪୭୩, ମଧ୍ୟ ପ୍ରଦେଶରେ ୩୫୦, ପଶ୍ଚିମବଙ୍ଗରେ ୩୧୭ ମୃତ ହୋଇଛି । ଉତ୍ତର ପ୍ରଦେଶ ୨୧୩, ରାଜସ୍ଥାନ ୧୯୪, ତାମିଲନାଡୁରେ ୧୭୩ ଜଣଙ୍କର ଜୀବନ ନେଇଛି କରୋନା ।

Share

Leave a Reply

Your email address will not be published. Required fields are marked *

20 − ten =