ଆସିଲା ପ୍ରଥମ କରୋନା ଟୀକା

ମସ୍କୋ () ବିଶ୍ୱର ପ୍ରଥମ କରୋନା ଟୀକା ନେଇ ଘୋଷଣା କରିଛନ୍ତି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ  । ସେ କହିଛନ୍ତିଯେ, ଋଷ କରୋନା ଟୀକାର ବିକାଶ କରିଥିବାବେଳେ ଟୀକାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି  । ତାଙ୍କର ଜଣେ ଝିଅ କରୋନା ଟୀକା ନେଇସାରିଛି ବୋଲି ସେ କହିଛନ୍ତି  ।

ପୁଟିନ କହିଛନ୍ତିଯେ, ପରୀକ୍ଷଣ ବେଳେ ଟୀକାଟି ସଫଳ ହୋଇଥିବା ପ୍ରମାଣିତ ହୋଇସାରିଛି  । କରୋନାରୁ ଏହି ଟୀକା ସୁରକ୍ଷା ଦେଇପାରିବ  । ତାଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କୁ ଟୀକା ଦିଆଯାଇଥିବାବେଳେ ସେ ସୁସ୍ଥ ଅଛି ବୋଲି ପୁଟିନ ସୂଚନା ଦେଇଛନ୍ତି  । ଏହା ପରେ ଋଷିଆର ସ୍ୱାସ୍ଥ୍ୟ କର୍ମଚାରୀ, ଶିକ୍ଷକ ଓ ଅନ୍ୟମାନଙ୍କୁ ପ୍ରଦାନ କରାଯିବ  ।

ବିଶ୍ୱର ପ୍ରଥମ ଦେଶ ଭାବେ ଋଷିଆ କରୋନା ଟୀକାକୁ ପଞ୍ଜୀକୃତ କରିଛି  । ତେବେ ଏଥିରେ ଗୋଟିଏ କେଁ ବାହାରିଛି  । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପୂର୍ବରୁ ଋଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାକୁ କିଭଳି ଅନୁମୋଦନ କରିଛି ବୋଲି ବୈଜ୍ଞାନିକ ଓ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି  ।

Share

Leave a Reply

Your email address will not be published. Required fields are marked *

eight + 19 =