ବଜ୍ରକାପ୍ତା ଆଣିଛି କରୋନା

ନୂଆଦିଲ୍ଲୀ() କରୋନା ଭାଇରସ ନେଇ ଲୋକେ ଭୟଭୀତ ଏବଂ ଆତଙ୍କିତ ଅବସ୍ଥାରେ ନିଜର ଜୀବନଯାପନ କରୁଛନ୍ତି । କରୋନା ଭୂତାଣୁର ପ୍ରତିଷୋଧକ ପାଇଁ ବୈଜ୍ଞାନିକ ଓ ଡାକ୍ତରମାନେ ଗବେଷଣାରେ ଲାଗି ପଡ଼ିଛନ୍ତି । ଅନ୍ୟପଟେ କରୋନା ଚୀନରୁ ଡେଇଁ ବିଶ୍ଵର ପ୍ରାୟ ୨୫ ଟି ଦେଶରେ ନିଜର କାୟା ବିସ୍ତାର କରିସାଲାଣି।

ଏହା ମଧ୍ୟରେ ଆଉ ଏକ ତଥ୍ୟ ସାମ୍ନାକୁ ଆସୁଛି। ବଜ୍ରକାପ୍ତା (ପାଙ୍ଗୋଲିନ)ରୁ ବ୍ୟାପିଛି କରୋନା ଭାଇରସ୍! ଚୀନର କେତେକ ବିଶେଷଜ୍ଞ ଏଭଳି ତଥ୍ୟ ପ୍ରକାଶ କରିଛନ୍ତି । ବଜ୍ରକାପ୍ତା ଚୀନରେ ଔଷଧ ଓ ସୁସ୍ୱାଦୁ ଖାଦ୍ୟ ଭାବେ ବେଶ୍ ପରିଚିତ । ତେବେ ବଜ୍ରକାପ୍ତା ଏବେ ପ୍ରତିଶୋଧ ନେଉଛି ବୋଲି ଚୀନରେ ସୋସିଆଲ ମିଡିଆରେ ଖବର ଭାଇରାଲ ହେବାରେ ଲାଗିଛି ।

କରୋନା ଭୂତାଣୁ ପ୍ରଥମେ ବାଦୁଡ଼ିଠାରୁ ଭୂତାଣୁ ସୃଷ୍ଟି ହୋଇଥଲା, ପରେ ବଜ୍ରକାପ୍ତା ଏବଂ ପରେ ମଣିଷ ଦେହକୁ ସଂକ୍ରମିତ ହୋଇଛି ବୋଲି ଆଶଙ୍କା କରାଯାଉଛି। ବଜ୍ରକାପ୍ତାରୁ ମିଳିଥିବା ଭୂତାଣୁ ସଂକ୍ରମିତ ମଣିଷର ନମୂନା ସହ ୯୯ ପ୍ରତିଶତ ମିଶୁଛି ବୋଲି ସାଉଥ୍ ଚୀନ୍ କୃଷି ବିଶ୍ୱବିଦ୍ୟାଳୟର ଗବେଷକମାନେ ଦାବି କରିଥିବା ଜଣାପଡିଛି । ସେମାନଙ୍କ ଯୁକ୍ତି ଯେ ବାଦୁଡ଼ି କରୋନା ଭାଇରସ ସୃଷ୍ଟି ପଛରେ ଥିଲେ ମଧ୍ୟ ବଜ୍ରକାପ୍ତା ଯୋଗୁ ଏହା ମଣିଷ ଦେହକୁ ବ୍ୟାପିଛି । କେନ୍ଦ୍ର ଚୀନ୍ର ଉହାନ ସହରରେ ଏକ ପଶୁ ବଜାରରେ ଗତ ବର୍ଷ ପ୍ରଥମେ କରୋନା ଭାଇରସ ଠାବ ହୋଇଥିଲା । ଗବେଷକମାନେ ବିଭିନ୍ନ ପଶୁଙ୍କ ଠାରୁ ପ୍ରାୟ ୧ ହଜାର ନମୁନା ନେଇ ପରୀକ୍ଷା କରିଛନ୍ତି । ବଜ୍ରକାପ୍ତା ଦେହରେ ଥିବା ଭାଇରସ ଓ କରୋନା ଭାଇରସରେ ଆକ୍ରାନ୍ତ ରୋଗୀଙ୍କ ମଧ୍ୟରେ ୯୯% ଭାଇରସର ସମାନତା ଲକ୍ଷଣ ଠାବ ହୋଇଛି । ତେଣୁ ଗବେଷକମାନେ ଏବେ ସ୍ଥିର ନିଶ୍ଚିତ ହୋଇଛନ୍ତି। ବଜ୍ରକାପ୍ତା ଖାଇବାର ସ୍ୱାଦ ହିଁ ଲୋକଙ୍କୁ ମୃତ୍ୟୁମୁଖକୁ ଟାଣି ନେଇଛି ।ତେବେ ଚୀନରେ କରୋନା ଭାଇରସ ମୃତକଙ୍କ ସଂଖ୍ୟା ୭ଶହରୁ ଅଧିକ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୫୨୦ରେ ପହଞ୍ଚିଛି ।

Share

Leave a Reply

Your email address will not be published. Required fields are marked *

4 × five =