କୋଭାକ୍ସିନ’ର ପରୀକ୍ଷା ସଫଳ

ନୂଆଦିଲ୍ଲୀ()  ମାଙ୍କଡ଼ ଦେହରେ ଭାରତ ବାୟୋଟେକର କରୋନା ଟୀକା ‘କୋଭାକ୍ସିନ’ର ପରୀକ୍ଷା କରାଯାଇଥିବାବେଳେ ତାହା ସଫଳ ହୋଇଛି  । ଏନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି  ।

କୋଭାକ୍ସିନ ପ୍ରୟୋଗ ଦ୍ୱାରା ମାଙ୍କଡ଼ ଶରୀରରେ ଆଂଟିବଡ଼ି ବିକଶିତ ହୋଇଛି  । ପୂର୍ବରୁ ଲ୍ୟାବରେ କରୋନା ଭାଇରସ ମାରିବାରେ ସଫଳ କୋଭାକ୍ସିନ ଜୀବଜନ୍ତୁଙ୍କ କ୍ଷେତ୍ରରେ ବି ଫଳପ୍ରଦ ହୋଇଛି  । ଏକ ସ୍ୱତନ୍ତ୍ର ପ୍ରଜାତିର ମାଙ୍କଡ଼କୁ କୋଭାକ୍ସିନ ଟୀକା ଦିଆଯାଇଥିଲା । ଏବେ ଏହାର ପ୍ରଥମ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ ଚାଲିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଅନୁମତି ମିଳିସାରିଛି  ।

ଭାରତ ବାୟୋଟେକ ପକ୍ଷରୁ ୨୦ଟି ମାଙ୍କଡ଼କୁ ନେଇ ୪ଟି ବର୍ଗରେ ବିଭକ୍ତ କରାଯାଇଥିଲା ।  ଗୋଟିଏ ବର୍ଗକୁ ପ୍ଲେସିବୋ ଦିଆଯାଇଥିବାବେଳେ ଅନ୍ୟ ତିନି ବର୍ଗ ମାଙ୍କଡ଼କୁ ଅନ୍ୟ ଟୀକା ଦିଆଯାଇଥିଲା  । ଦ୍ୱିତୀୟ ଡୋଜ ଦେବା ପରେ ସବୁ ମାଙ୍କଡ଼ ଦେହରେ ସାର୍ସ କୋଭ-୨ ଭୂତାଣୁ ଛଡ଼ାଯାଇଥିଲା  । ଟୀକା ନେବାର ତୃତୀୟ ସପ୍ତାହ ପରେ ମାଙ୍କଡ଼ ଶରୀରରେ କୋଭିଡ଼ ମୁକାବିଲା କ୍ଷମତା ବିକଶିତ ହୋଇଥିଲା । ସେହିପରି ମାଙ୍କଡ଼ଗୁଡ଼ିକ ଦେହରେ ନିମୋନିଆର ଲକ୍ଷଣ ମଧ୍ୟ ନଥିଲା  ।

Share

Leave a Reply

Your email address will not be published. Required fields are marked *

twelve − 2 =