ପତଞ୍ଜଳୀ ପ୍ରସ୍ତୁତ କଲା କରୋନା ଔଷଧ

ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି କରୋନା ମହାମାରୀ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାର ମୁକାବିଲା କରିବା ପାଇଁ କୌଣସି ଔଷଧ ବା ଟୀକା ବାହାରି ପାରିଲା ନାହିଁ । ଏହାରି ମଧ୍ୟରେ କରୋନା ମହାମାରୀକୁ ଦୂର କରିବା ପାଇଁ ଔଷଧ ପ୍ରସ୍ତୁତ କରିସାରିଛି ବୋଲି ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ଦାବି କରିଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବାବା ରାମଦେବ ଘୋଷଣା କରି କହିଛନ୍ତି ଯେ- କରୋନା ମହାମାରୀ ପାଇଁ ପ୍ରଥମେ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିସାରିଛୁ । ଯାହାର ନାମ କୋରୋନିଲ୍ ରଖାଯାଇଛି । କରୋନିଲ କିଟ୍ ୫୪୫ ଟଙ୍କାରେ ଉପଲବ୍ଧ ହେବ । ରାମଦେବ କହିଛନ୍ତି ଯେ କାରୋନିଲରେ ଗିଲୋୟ, ତୁଳସୀ ଏବଂ ଅଶ୍ଵଗନ୍ଧା ରହିଛି ଯାହା ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ ।

ରାମଦେବ ଦାବି କରି କହିଛନ୍ତି ଯେ, ଏହି କୋରୋନିଲ ଔଷଧକୁ ନେଇ କ୍ଲିନିକାଲ କଣ୍ଟ୍ରୋଲ ଷ୍ଟଡି ହୋଇଛି । ଏହା ଜରିଆରେ ୩ ଦିନ ମଧ୍ୟରେ ୬୫ ପ୍ରତିଶତ ରୋଗୀ ପଜିଟିଭରୁ ନେଗେଟିଭ୍ ହୋଇଛନ୍ତି । ଏହା ସହ ସେମାନେ ୭ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଛନ୍ତି । ଆମେ ଏହାକୁ ସମ୍ପୂର୍ଣ୍ଣ ଅନୁସନ୍ଧାନ ସହ ପ୍ରସ୍ତୁତ କରିଛୁ ବୋଲି ବାବା ରାମଦେବ କହିଛନ୍ତିି ।

Share

Leave a Reply

Your email address will not be published. Required fields are marked *

four × 4 =