ଆମେରିକାରେ ବଢ଼ୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ଵରେ ତାଣ୍ଡବ ରଚିଥିବାବେଳେ ଗତ କିଛି ଦିନ ହେବ ଶକ୍ତିଶାଳୀ ଆମେରିକାରେ ଏହା ପୁଣିଥରେ ମୁଣ୍ଡ ଟେକିଥିବା ଖବର ଶୁଣିବାକୁ ମିଳୁଛି। ଏହି କାରଣରୁ ଏବେ ଆମେରିକାରେ ଟିକାକରଣକୁ ଜୋରଦାର କରାଯାଇଛି। ରିପୋର୍ଟ ଅନୁଯାୟୀ ଏଯାବତ୍ ଆମେରିକାର ୭୦ ପ୍ରତିଶତ ଲୋକଙ୍କୁ ଟିକା ଦିଆ ସରିଲାଣି। ସରକାରୀ ତଥ୍ୟ ଅନୁସାରେ ଏବେ ଆମେରିକାରେ ଦୈନିକ ସଂକ୍ରମଣ ହାରାହାରି ୧ଲକ୍ଷ ରହିଛି। କରୋନାର ଡେଲ୍ଟା ଭାରିଏଣ୍ଟ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି। ଡେଲ୍ଟା ଭାରିଏଣ୍ଟ ବେଶ କ୍ଷୀପ୍ର ଗତିରେ ଜଣଙ୍କଠାରୁ ଆଉ ଜଣଙ୍କୁ ସଂକ୍ରମିତ କରିଥାଏ। ବର୍ତ୍ତମାନ ଏହି ଭାରିଏଣ୍ଟ ଆମେରିକା ସରକାରଙ୍କ ନିଦ ହଜାଇ ଦେଇଛି। ଜୁନ୍ ମାସରେ ଆମେରିକାରେ ଦୈନିକ ୧୧ ହଜାର ଲୋକ ସଂକ୍ରମିତ ହେଉଥିଲେ। କିନ୍ତୁ ଏବେ ଦୈନିକ ସଂକ୍ରମଣ ୧,୦୭,୧୪୩ରେ ପହଞ୍ଚିଛି। ଆମେରିକାରେ ୨୦୨୦ ନଭେମ୍ବର ମାସରେ ଦୈନିକ ସଂକ୍ରମଣ ହାରାହାରି ୧ ଲକ୍ଷ ରହିଥିଲା। ଏବର୍ଷ ଜାନୁଆରୀ ମାସରେ ସେଠାରେ କରୋନାର ପିକ୍ ଦେଖିବାକୁ ମିଳିଥିଲା ଓ ଦୈନିକ ସଂକ୍ରମଣ ଅଢ଼େଇ ଲକ୍ଷ ପାର କରିଥିଲା। ପରେ ଜୁନ୍ ମାସରେ କରୋନା ନିୟନ୍ତ୍ରଣକୁ ଆସିଥିଲା। ହେଲେ ୬ ସପ୍ତାହ ପରେ ପୁଣି ଦୈନିକ ସଂକ୍ରମଣ ୧ ଲକ୍ଷ ପାର କରିଯାଇଛି।

Share

Leave a Reply

Your email address will not be published. Required fields are marked *

13 − ten =