ଦେଶରେ ଆଜି ୪୦ ହଜାର ଉପରେ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କୋଭିଡ୍ର ଦ୍ୱିତୀୟ ଲହର ଏବେ ମଧ୍ୟ ବଳବତ୍ତର ରହିଛି ଏବଂ ଏଥିପ୍ରତି ସତର୍କ ରହିବାକୁ ପଡିବ ବୋଲି ନିତି ଆୟୋଗ ସଦସ୍ୟ ତଥା କୋଭିଡ୍ ଟାସ୍କ୍ ଫୋର୍ସ ମୁଖ୍ୟ ଡ. ଭି.କେ.ପଲ୍ ଚେତାବନୀ ଦେଇଛନ୍ତି । ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ୪୧,୫୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁନଶ୍ଚ ଏହି ସମୟରେ ୮୯୫ ଜଣ କୋଭିଡ୍ରେ ପ୍ରାଣ ହରାଇଛନ୍ତି । ତେଣୁ ସାମାନ୍ୟ ଅବହେଳା ପ୍ରଦର୍ଶନ କଲେ, ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ସେ କହିଛନ୍ତି । କେତେକ ରାଜ୍ୟରେ କଟକଣା କୋହଳ ହେବାପରେ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପର‌୍ୟ୍ୟଟକଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହେଉଛି । ଏହାକୁ ନେଇ ଡ. ପଲ୍ ଚିନ୍ତବ୍ୟକ୍ତ କରିଛନ୍ତି । ଜୀବନ ଓ ଜୀବିକା ମଧ୍ୟରେ ବାଲାନ୍ସ ରକ୍ଷା କରିବା ଜରୁରୀ, କିନ୍ତୁ କଟକଣାକୁ ଅଣଦେଖା କରି ଜୀବନକୁ ବିପନ୍ନ କରିବା ମୁର୍ଖାମୀ ବୋଲି ସେ କହିଛନ୍ତି । ଦେଶରେ ବର୍ତ୍ତମାନ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୮ଜାର ୪୦କୁ ବୃଦ୍ଧି ।୨,୯୯,୭୫,୬୪ ଜଣ ସୁସ୍ଥ ହୋଇସାରିଲେଣି । ସକ୍ରିୟ ରୋଗୀଙ୍କ ସଂଖ୍ୟା ୪,୫୫,୦୩୩ରେ ପହଞ୍ଚିଛି । ଏହି ପ୍ରସଙ୍ଗରେ କେରଳ ସର୍ବାଗ୍ରେ ରହିଛି । ହେଲେ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟାରେ ସର୍ବାଗ୍ରେ ରହିଛି ।


ବିଗତ ୨୪ ଘଣ୍ଟାରେ ସେଠାରେ ୧୩,୫୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମାମଲାରେ ମହାରାଷ୍ଟ୍ରକୁ ଟପିଯାଇଛି କେରଳ । ଇତିମଧ୍ୟରେ ପ୍ରାୟ ୪୩ କୋଟି ଲୋକଙ୍କର ନମୁନା ପରୀକ୍ଷା କରାଯାଇଥିବାବେଳେ ଏପର‌୍ୟ୍ୟନ୍ତ ୩୬ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ନିକଟରେ ୧.୭୩ କୋଟିରୁ ଊର୍ଦ୍ଧ୍ୱ ଟିକା ଗଚ୍ଛିତ ରହିଥିବା ସେ କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶରେ ୪୨,୭୬୬ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୦୭,୯୫,୭୧୬କୁ ବୃଦ୍ଧି ପାଇଛି । ଇତିମଧ୍ୟରେ ୨,୯୯,୩୩,୫୩୮ ଜଣ ସୁସ୍ଥ ହୋଇସାରିଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪,୫୫,୦୩୩ରେ ପହଞ୍ଚିଛି । ପୁନଶ୍ଚ ୨୪ ଘଣ୍ଟାରେ ୧୨୦୬ ଜଣ କୋଭିଡ୍‌ରେ ପ୍ରାଣ ହରାଇଥିବାବେଳେ ମୋଟ ମୃତକଙ୍କ ସଂଖ୍ୟା ୪,୦୭,୧୪୫କୁ ବୃଦ୍ଧି ପାଇଛି ।

Share

Leave a Reply

Your email address will not be published. Required fields are marked *

14 + 4 =