୧୪୭କୁ ବୃଦ୍ଧି ହେଲା କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର() ଭାରତରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୧୪୭କୁ ବୃଦ୍ଧି ହେଲା କରୋନା ଆକ୍ରାନ୍ତ ସଂଖ୍ୟା । ଏଥିମଧ୍ୟରୁ ୧୨୨ ଜଣ ଭାରତୀୟ ଏବଂ ୨୫ ଜଣ ବିଦେଶୀ ଅଛନ୍ତି । ୧୪ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବାବେଳେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ଦିନ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଜଣେ ୬୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହା ଦେଶରେ ଏପର୍ୟ୍ୟନ୍ତ କରୋନା ଭାଇରସ୍ ସଂକ୍ରମିତର ତୃତୀୟ ମୃତ୍ୟୁ ।

ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଆନ୍ଧ୍ର ପ୍ରଦେଶରେ ୧, ଦିଲ୍ଲୀରେ ୮, ହରିଆଣାରେ ୧, କର୍ଣ୍ଣାଟକାରେ ୧୧, କେରଳରେ ୨୪, ମହାରାଷ୍ଟ୍ରରେ ୩୬, ଓଡ଼ିଶାରେ ୧, ପଞ୍ଜାବରେ ୧, ରାଜସ୍ଥାନରେ ୨, ତାମିଲନାଡୁରେ ୧, ତେଲେଙ୍ଗାନାରେ ୩, ଜମ୍ମୁ-କଶ୍ମୀରରେ ୩, ଲଦାଖରେ ୬, ଉତ୍ତର ପ୍ରଦେଶରେ ୧୪ ଓ ଉତ୍ତରାଖଣ୍ଡରେ ଜଣେ ଭାରତୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

eleven − nine =