ଗୋଆ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ

ନୂଆଦିଲ୍ଲୀ() ଦେଶରେ ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି ।   ନେତା, ରାଜନେତା, ଅଭିନେତା ସମସ୍ତେ କରୋନା ସଂକ୍ରମଣର ଶିକାର ହେଉଛନ୍ତି |ଏହାରି ମଧ୍ୟରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କରୋନାରେ ସଂକ୍ରମିତ ହୋଇଛନ୍ତି | ସେ ଟ୍ୱିଟରରେ ଟ୍ୱିଟ କରି ସୂଚନା ଦେଇଛନ୍ତି |

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ଯେ, ସେ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି | ତାଙ୍କର କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥିଲା | ସେଥିପାଇଁ ସେ ହୋମ କ୍ଵାରେଣ୍ଟାଇନରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି | ସେ ଘରୁ ସବୁ କାମ କରିବେ ବୋଲି କହିଛନ୍ତି | ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଥିଲେ ସେମାନେ ସାବଧାନତା ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ଆବଶ୍ୟକ ସ୍ଥଳେ ନିଜକୁ ହୋମ କ୍ଵାରେଣ୍ଟାଇନ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି |

Share

Leave a Reply

Your email address will not be published. Required fields are marked *

fifteen + 3 =