ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା

ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ସୂଚନା ଦେଇଛନ୍ତି  । ଯାହା ଏବେ ସାରା ଦେଶକୁ ଚିନ୍ତାରେ ପକାଇ ଦେଇଛି  । ପୂର୍ବରୁ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା  । ତେବେ କେରଳ ମୁଖ୍ୟମନ୍ତ୍ରୀଙ୍କ ସ୍ୱୀକାରୋକ୍ତି ପରେ ଏବେ କେରଳ ସରକାର ତପôର ହୋଇପଡ଼ିଛନ୍ତି  ।

କେରଳର ରାଜଧାନୀ ଥିରୁଅନନ୍ତପୁରମର ଦୁଇଟି ଅଂଚଳରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି  । ପୁନ୍ଥୁରା ଓ ପୁଲୁଭିଲାରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି  । ସେଠାକାର ସ୍ଥିତି ଏବେ ସଂଗୀନ ହୋଇପଡ଼ିଛି  ।

କେରଳ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ପୁନ୍ଥୁରାରେ ୫୦ ଜଣ ଲୋକଙ୍କର ରାଣ୍ଡମ ପରୀକ୍ଷଣ ହୋଇଥିଲା  । ତେବେ ସେମାନଙ୍କ ମଧ୍ୟରୁ ୨୬ ଜଣଙ୍କର ପଜିଟିଭ ଥିବା ଜଣାପଡ଼ିଛି  । ସେହିପରି ପୁଲିଭିଲା ଅଂଚଳରେ ୫୭ ଜଣଙ୍କର ରାଣ୍ଡମ ପରୀକ୍ଷଣ ହୋଇଥିବାବେଳେ ୨୮ ଜଣ ପଜିଟିଭ ବାହାରିଛନ୍ତି  ।

Share

Leave a Reply

Your email address will not be published. Required fields are marked *

one × five =