କରୋନାକୁ ନେଇ ଆସିଲା ନୂଆ ତଥ୍ୟ

ନୂଆଦିଲ୍ଲୀ () କରୋନାକୁ ନେଇ ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଯେ କରୋନା ବା କୋଭିଡ୍-୧୯ ସହଜରେ ବ୍ୟାପିପାରିବ । ପାଟି ବା ନାକରୁ ଏକ ଅତି ଛୋଟ ବୁନ୍ଦା ବାହାରିଲେ, ଏଥିରୁ କରୋନା ଦ୍ରୁତ ବେଗରେ ବ୍ୟାପିଯାଇ ପାରିବ । ଥରେ କାଶିବା ଦ୍ୱାରା ୩,୦୦୦ କ୍ଷୁଦ୍ର ବୁନ୍ଦା ନିର୍ଗତ ହୋଇପାରିବ । ଏହି କ୍ଷୁଦ୍ର ବୁନ୍ଦାଗୁଡ଼ିକ ଅନ୍ୟ ସୁସ୍ଥ ଲୋକଙ୍କ ଦେହରେ ପ୍ରବେଶ କଲେ ତାଙ୍କୁ ଭୂତାଣୁ ସଂକ୍ରମଣ କରିବ । ସେହି ଦୃଷ୍ଟିରୁ ଜଣେ କରୋନା ସଂକ୍ରମିତ ରୋଗୀ କାଶିଲେ, ସ୍ଥିତି ଯେ କ’ଣ ହେବ ତାହା ସହଜରେ ଅନୁମାନ କରାଯାଇପାରେ । ବିଶେଷଜ୍ଞମାନେ ଦର୍ଶାଇଛନ୍ତି ଯେ ଭୂତାଣୁ ସଂସ୍ପର୍ଶରେ ଆସିଥିବା କୌଣସି ବସ୍ତୁକୁ ଧରିବା କିମ୍ବା ଛଇଁବା ଦ୍ୱାରା କରୋନା ବ୍ୟାପିପାରିବ । ତେବେ କରୋନା ଭୂତାଣୁ ବିଭିନ୍ନ ସ୍ଥାନରେ କେତେଦିନ ତିଷ୍ଠି ରହିପାରିବ, ସେ ନେଇ ନୂଆ ତଥ୍ୟ ପଦାକୁ ଆସିଛି ।

ପୂର୍ବରୁ ସାର୍ସ ଓ ମେର୍ସ ଭଳି ଘଟଣାକୁ ତୁଳନା କରି କରୋନା ଭୂତାଣୁର ସ୍ଥିତି ଆକଳନ କରାଯାଇଥିଲା । କିନ୍ତୁ ସଦ୍ୟ ଆକଳନ ଅତ୍ୟନ୍ତ ଭୟଙ୍କର ସାବ୍ୟସ୍ତ ହୋଇଛି । ସାର୍ସ ଓ ମେର୍ସ ଭଳି କୋଭିଡ୍-୧୯ ମଧ୍ୟ ମେଟାଲ, ଗ୍ଲାସ୍ ଓ ପ୍ଲାଷ୍ଟିକ୍ରେ ଦୀର୍ଘ ସମୟ ଧରି ରହିପାରିବ । ୯ ଦିନ ପର୍ୟ୍ୟନ୍ତ ଏହା ରହିପାରିବ । ସ୍ୱଳ୍ପ ତାପମାତ୍ରାରେ ୨୮ ଦିନ ପର୍ୟ୍ୟନ୍ତ ଏହି ଭୂତାଣୁ ରହିପାରିବ । ଏନ୍ଆଇଏଚ୍ ଅଧ୍ୟୟନରୁ ଜଣାପଡ଼ିଛି ଯେ ସାର୍ସ-ସିଓଭି-୨ ଭୂତାଣୁ ଭଳି କରୋନା କାର୍ଡବୋର୍ଡରେ ୨୪ ଘଣ୍ଟା ପର୍ୟ୍ୟନ୍ତ ତିଷ୍ଠି ରହିପାରିବ । ସେହିଭଳି ପ୍ଲାଷ୍ଟିକ୍ ଓ ଷ୍ଟିଲରେ ୨-୩ ଦିନ ପର୍ୟ୍ୟନ୍ତ ରହିପାରିବ । ଏହି ଭୂତାଣୁଗୁଡ଼ିକ ଡୋର୍ ହ୍ୟାଣ୍ଡେଲ, ପ୍ଲାଷ୍ଟିକ କୋଟେଡ୍ ୱାର୍କଟପ୍ ଓ ଅନ୍ୟ କଠିନ ପୃଷ୍ଠରେ ଅଧିକ ସମୟ ଯାଏଁ ତିଷ୍ଠିପାରିବ ।

Share

Leave a Reply

Your email address will not be published. Required fields are marked *

seventeen + fourteen =