କଂଗ୍ରେସ ଦାବି କଲା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ

ଭୁବନେଶ୍ୱର() କଂଗ୍ରେସ ଭବନରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ଲଗାତର ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ନାବାଳିକା ଓ ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ଅସଦାଚରଣ, ଯୌନ ନିର୍ୟାତନା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି।

ବିଧାନସଭା ଅଧିବେଶନ ବହୁ ପୂର୍ବରୁ ବନ୍ଦ କରି ସଂସଦୀୟ ଗଣତନ୍ତ୍ର ପରମ୍ପରାରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀ ତୁରନ୍ତ ମହିଳାଙ୍କ ସୁରକ୍ଷା, ନିରାପତ୍ତା,ସମ୍ମାନ ଓ ସ୍ୱାଭିମାନ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଏସବୁ ପ୍ରସଙ୍ଗରେ ଆଲୋଚନା କରନ୍ତୁ। ଦୋଷୀଙ୍କୁ କଠୋର ଦଣ୍ଡ ସହ ଏନେଇ ଶ୍ୱେତପତ୍ର ଜାରି କରିବାକୁ ମଧ୍ୟ କଂଗ୍ରେସ ଦାବି କରିଛି। ଆବଶ୍ୟକ ପଡ଼ିଲେ ସମସ୍ତ ରାଜନୀତିକ ଦଳର ମୁଖ୍ୟଙ୍କ ବୈଠକ ଡାକି ମହିଳା ବିରୋଧୀ ହିଂସା କିଭଳି ରୋକାଯାଇ ପାରିବ ତା’ର ବାଟ ବାହାର କରନ୍ତୁ।

ପୂର୍ବରୁ ସଂଗଠିତ କୁନ୍ଦୁଲି, ଭେଡେନ, ନିହାରିକା, ବେବିନା ଓ ଇତିଶ୍ରୀ ପ୍ରସଙ୍ଗ ରାଜ୍ୟବାସୀଙ୍କ ମନରୁ ଲିଭି ନଥିବାବେଳେ ଏବେ ଘଟୁଥିବା ଅପରାଧଗୁଡ଼ିକ ଘଟଣାଗୁଡିକ ସନ୍ଦେହକୁ ଆହୁରି ବୃଦ୍ଧି କରୁଛି। ରାଜ୍ୟ ସରକାର ତୁରନ୍ତ ମହିଳା ହିଂସା ରୋକିବା ଦିଗରେ କଠୋର ପଦକ୍ଷେପ ନନେଲେ କଂଗ୍ରେସ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଚେତାବନୀ ଦେଇଛି।

Share

Leave a Reply

Your email address will not be published. Required fields are marked *

5 × five =