କଂଗ୍ରେସର କିଷାନ ବିଜୟ ଦିବସ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ତିନି କୃଷି ଆଇନ ରଦ୍ଦ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା ନୂତନ କୃଷି ଆଇନକୁ ଦୀର୍ଘ ଦିନ ଧରି ଚାଷୀ ଓ ଚାଷୀ ସଂଗଠନ ପକ୍ଷରୁ ବିରୋଧ କରାଯାଇ ଆସୁଥିଲା । ଶୁକ୍ରବାର ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି ଚାଷୀମାନଙ୍କୁ ଭେଟି ଦେଇଛନ୍ତି ଖୁସି ଖବର । କେନ୍ଦ୍ରର ଏହି ନିଷ୍ପତ୍ତି ଆନ୍ଦୋଳନକାରୀ ଚାଷୀଙ୍କର ବୃହତ ବିଜୟ ହୋଇଛି । ତେଣୁ ଏହାକୁ ସାରା ଦେଶରେ କିଷାନ ‘ବିଜୟ ଦିବସ’ ଭାବେ ପାଳୁଛି କଂଗ୍ରେସ । ଏହି ଅବସରରେ ଶୋଭାଯାତ୍ରା ହେଉଛି ।

ଏଭଳି କରି ସାରା ଦେଶର ଚାଷୀଙ୍କୁ ସମ୍ମାନ ଜଣାଇବାକୁ ପ୍ରୟାସ କରିଛି କଂଗ୍ରେସ । ଶୁକ୍ରବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଠାତ୍ ଦେଶବାସୀଙ୍କୁ ସମ୍ବୋଧିତ କରି ଘୋଷଣା କରିଛନ୍ତି ଯେ ସେପ୍ଟେମ୍ବର ୨୦୨୦ରେ ପାରିତ ହୋଇଥିବା ତିନି କୃଷି ଆଇନକୁ କେନ୍ଦ୍ର ସରକାର ରଦ୍ଦ କରିଛନ୍ତି। ତିନି କୃଷି ଆଇନ୍ ପ୍ରତ୍ୟାହାର କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି।

ଡିସେମ୍ବରରେ ଶୀତ ଅଧିବେଶନ ବସିବାକୁ ଯାଉଥିବା ବେଳେ ଆନ୍ଦୋଳନକାରୀ ଚାଷୀ ସଂସଦ ଘେରିବାକୁ ଯୋଜନା କରିଥିଲେ। ହେଲେ ଏହା ପୂର୍ବରୁ କେନ୍ଦ୍ର ସରକାର ତିନି କୃଷି ଆଇନ ପ୍ରତ୍ୟାହାର କରିଛନ୍ତି। ମୋଦି କହିଛନ୍ତି ଯେ ତାଙ୍କ ସରକାର ଭାରତର କୃଷକମାନଙ୍କୁ ଉନ୍ନତ କରିଛନ୍ତି ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ “ସବୁକିଛି ସମ୍ଭବ” କରିଛନ୍ତି।

Share

Leave a Reply

Your email address will not be published. Required fields are marked *

four + 20 =