ବନ୍ୟା ଲାଗି ଏଆଇସିସି ପକ୍ଷରୁ ୯ଜଣିଆ କମିଟି ଗଠନ

ଭୁବନେଶ୍ୱର() ଲଘୁଚାପ ଜନିତ ଲଗାଣ ବର୍ଷା ଓ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଓଡ଼ିଶାରେ ଭୟଙ୍କର ବନ୍ୟା ବିପôାତ ଦେଖାଦେଇଛି । ଏହାଦ୍ୱାରା ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲା ପ୍ରଭାବିତ ହୋଇଛି । ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ଅଧିକାଂଶ ଲୋକଙ୍କ କଚ୍ଚା ଘର ଭାଙ୍ଗି ଯାଇଛି । ଚାଷୀମାନଙ୍କ ବର୍ଷକର ଦାନା ପାଣିରେ ଭାସିଯାଇଛି । ତେବେ ଓଡ଼ିଶାରେ ବନ୍ୟା ମୁକାବିଲା ଓ ତଦାରଖ ନେଇ ଏଆଇସିସି ପକ୍ଷରୁ ଏକ ୯ଜଣିଆ କମିଟି ଗଠନ କରାଯାଇଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ୭ ଦିନ ଭିତରେ କମିଟିକୁ ରିପୋର୍ଟ ଦେବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଓଡ଼ିଶା ବ୍ୟାପାର ଏଆଇସିସି ମୁଖ୍ୟ ଓ ପିସିସି ସଭାପତିଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି ।  ଏହି କମିଟିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ, ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ଶରତ ପଟ୍ଟନାୟକ , ବିଧାୟକ ତାରାପ୍ରସାଦ ବାହିନୀପତି, ସୁର ରାଉତରାୟ, ମହ୍ମଦ ମୋକିମ  ସଦସ୍ୟ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

16 + 2 =