ସିବିଆଇ ଜାଲରେ କମଲନାଥ

ନୂଆଦିଲ୍ଲୀ()  ଲୋକସଭା ନିର୍ବାଚନ ବେଳେ ଅଘୋଷିତ ଟଙ୍କା କାରବାର ମାମଲାରେ କମଲନାଥ ସାମିଲ ଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ସିବିଆଇ ଆକ୍ସନ ମୋଡକୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ସିବିଆଇକୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ସିବିଆଇ ନିର୍ବାଚନ କମିଶନଙ୍କ ଦସ୍ତାବିଜ୍ ଓ ଆୟକର ବିଭାଗର ରିପୋର୍ଟକୁ ଏବେ ତର୍ଜମା କରୁଛି। ଏଥିସହ କମଲନାଥଙ୍କ ବିରୋଧରେ ଆସିଥିବା ଅଭିଯୋଗ ପତ୍ର ମଧ୍ୟ ସିବିଆଇର ହସ୍ତଗତ ହୋଇଛି।

ମଧ୍ୟପ୍ରଦେଶ ସରକାରଙ୍କ ବିଭିନ୍ନ ବିଭାଗରୁ ବେଆଇନ୍ ଭାବେ ଅର୍ଥ ସଂଗ୍ରହ ହୋଇଥିଲା। ଏହି ଅର୍ଥକୁ କଂଗ୍ରେସ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାରରେ ଖର୍ଚ୍ଚ ହୋଇଥିଲା। କେବଳ ମଧ୍ୟପ୍ରଦେଶର କଂଗ୍ରେସ ପ୍ରାର୍ଥୀ ନୁହନ୍ତି, ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟକୁ ମଧ୍ୟ ଟଙ୍କା ଯାଇଛି। ଏହି ଅର୍ଥ ଗୁଡ଼ିକ ଶେଲ କମ୍ପାନୀ ଓ ହାୱାଲା ରାକେଟ ଜରିଆରେ ସ୍ଥାନାନ୍ତର ହୋଇଥିବା ଅଭିଯୋଗ ହୋଇଛି।

Share

Leave a Reply

Your email address will not be published. Required fields are marked *

fourteen − eleven =