ସିବିଆଇ ମ୍ୟାନେଜ !

ଭୁବନେଶ୍ବର () : ସିବିଆଇର ନିର୍ଦ୍ଦେଶକ ଓ ସ୍ବତନ୍ତ୍ର ନିର୍ଦ୍ଦେଶକଙ୍କୁ ରାତି ଅଧିଆ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦିଆଯିବା ଘଟଣା ପରେ ସିବିଆଇର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଛି ରାଜ୍ୟ ବିଜେପି । ସିବିଆଇ ଅଫିସରମାନେ ମ୍ୟାନେଜ ହୋଇଛନ୍ତି । ଏପରିକି ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ବରେ ଥିବା ଓଡିଆ ଆଇପିଏସ ଅଫିସର ବି ମ୍ୟାନେଜ । ଏମିତି ସନ୍ଦେହ ପ୍ରକାଶ କରିଛି ଖୋଦ ରାଜ୍ୟ ବିଜେପି ।

ଏହି ଘଟଣାରେ କେନ୍ଦ୍ର ସରକାର କାଠଗଡାରେ ଛିଡା ହୋଇଥିବାରୁ ଦଳର କେନ୍ଦ୍ରୀୟ ନେତା ମୁହଁ ଖୋଲୁ ନାହଁନ୍ତି। ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ଅର୍ଥମନ୍ତ୍ରୀ ସମସ୍ତେ ଚୁପ। ହେଲେ ରାଜ୍ୟ ବିଜେପି କିନ୍ତୁ ସିବିଆଇର ସ୍ବତନ୍ତ୍ର ନିର୍ଦ୍ଦେଶକଙ୍କ ଭୂମିକା ସନ୍ଦେହଜନକ କହିବା ସହ ସେ ମ୍ୟାନେଜ ହୋଇଥିବା ସିଧାସଳଖ ଆକ୍ଷେପ କରିଛନ୍ତି । ଏପରିକି ନୂଆ ସିବିଆଇ ନିର୍ଦ୍ଦେଶକ ଦାୟିତ୍ବରେ ଥିବା ଅଫିସର ବି ମ୍ୟାନେଜ । ଗତକାଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏଭଳି ଆକ୍ଷେପ କରିଛନ୍ତି । ଶୁଣନ୍ତୁ କଣ କହୁଛନ୍ତି ସମୀର ମହାନ୍ତି …

ସିବିଆଇ କନ୍ଦଳରେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ଆସ୍ଥା, ବିଶ୍ବାସ ଓ ଭରସା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ଏହି ଘଟଣାରୁ ସିବିଆଇ ଯେ, କେନ୍ଦ୍ର ସରକାରଙ୍କ ରାଜନୈତିକ ଚାପରେ କାର୍ଯ୍ୟ କରୁଛି ସେ ନେଇ ମଧ୍ୟ ବିଭିନ୍ନ ମହଲରୁ ସନ୍ଦେହ ପ୍ରକାଶ ପାଉଛି । ଏଭଳିସ୍ଥିତିରେ ବିଜେପିର ରାଜ୍ୟ ଶାଖା ନେତାମାନେ ସିବିଆଇ ମ୍ୟାନେଜ ବୋଲି କହିବା ଅର୍ଥ, ସାଧାରଣରେ ଯେଉଁ ସନ୍ଦେହ ସୃଷ୍ଟି ହୋଇଛି ତାହା ସତ୍ୟ ବୋଲି ସେ ପ୍ରତିପାତିତ କରୁଛନ୍ତି ।

ତାଙ୍କର ଏହି ଉକ୍ତିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ସିବିଆଇରେ ନିଯୁକ୍ତି ପାଉଥିବା ଅଫିସରମାନେ ସ୍ବଚ୍ଛ ନୁହଁନ୍ତି ଏବଂ ସେମାନେ ବିଭିନ୍ନ ରାଜନୈତିକ ଚାପରେ କାର୍ଯ୍ୟ କରିବା ସହ ସହଜରେ ମ୍ୟାନେଜ ହୋଇପାରିବେ । ରାଜ୍ୟ ବିଜେପି ନେତାଙ୍କ ଏଭଳି ବିବୃତିକୁ ଦଳର କେନ୍ଦ୍ର ନେତାମାନେ ଗ୍ରହଣ କରୁଛନ୍ତି କି ନାହିଁ ତାହା ଦେଖିବାର କଥା ।

Share

Leave a Reply

Your email address will not be published. Required fields are marked *

6 + twelve =