ଆଜି ସନ୍ଧ୍ୟାରେ ସରିବ ପୌର ପ୍ରଚାର

ଆସନ୍ତା ୨୪ରେ ୧୦୬ ପୌରସଂସ୍ଥା ଏବଂ ୩ ମହାନଗର ନିଗମରେ ହେବାକୁ ଯାଉଛି ପୌର ନିର୍ବାଚନ। ତେବେ ଆଜି ସନ୍ଧ୍ୟା ୫ଟାରୁ ସରିବ ପୌର ନିର୍ବାଚନ ପ୍ରଚାର । ହାତରେ ଆଉ ମାତ୍ର କିଛି ଘଣ୍ଟାର ସମୟ । ଏହାପରେ କୌଣସି ପ୍ରାର୍ଥୀ, ରାଜନୈତିକ ଦଳ କୌଣସି ପ୍ରକାରର ସଭାସମିତି, ପ୍ରଚାର ଆଦି କରିପାରିବେନି।

ଶେଷ ଦିନରେ ରାଜଧାନୀରେ ପ୍ରଚାରକୁ ଜୋରଦାର କରାଯାଉଛି। ୩ ପ୍ରମୁଖ ଦଳର ପ୍ରାର୍ଥୀ ଭୋଟରଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି। ଭୋଟରଙ୍କ ସମର୍ଥନ ପାଇଁ ମଇଦାନରେ ହେଭିଓ୍ବେଟ ମଧ୍ୟ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

four × 4 =