୧୨ଟା ସୁଦ୍ଧା ୪୫ପ୍ରତିଶତରୁ ଅଧିକ ମତଦାନ

ରାଜ୍ୟରେ ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି । ୧୨ଟା ସୁଦ୍ଧା ୪୫ପ୍ରତିଶତରୁ  ଅଧିକ ମତଦାନ ହୋଇଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ସମସ୍ତ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଚାଲିଛି । ବାଲଟ ପେପର ତ୍ରୁଟି ଯୋଗୁଁ କେନ୍ଦ୍ରାପଡା ଓ  ଯାଜପୁରରେ ନିର୍ବାଚନ ବାତିଲ ହୋଇଛି । ସେଠି ପରବର୍ତ୍ତି ସମୟରେ ରି ପୁଲିଂ ହେବ ।

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ବାଧାପ୍ରାପ୍ତ ହୋଇଥିବା ୪୫ଟି ବୁଥରେ ବୁଧବାର  ରି ପୁଲିଂ ହେବ । ଏହି ପୁଲିଂ ସେଣ୍ଟର ଗୁଡ଼ିକରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଭୋଟ ସରିବା ପରେ ବାଲଟ ବକ୍ସ ଗୁଡିକ ବ୍ଲକ ଅଫିସର ଅନ୍ୟ ଏକ ସ୍ୱତନ୍ତ୍ର ସ୍ଥାନରେ ରଖାଯିବ । ତୃତୀୟ ପର୍ଯ୍ୟାୟରେ ୩୦ ଟି ସ୍ଥାନରେ ମତଦାନ ବାଧାପ୍ରାପ୍ତ ହୋଇଛି । ସେଠାରେ ଆସନ୍ତା ୨୫ତାରିଖରେ ରି ପୁଲିଂ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

18 − eight =