ବସ ଦୁର୍ଘଟଣାରେ ୨୫ ଜଣଙ୍କ ମୃତ୍ୟୁ

କର୍ଣୃୂାଟକରେ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟି ୨୫ଜଣ ଯାତ୍ରୀଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଏକ ଯାତ୍ରୀବାହୀ ବସ ମାଣ୍ଡ୍ୟା ନିକଟରେ କେନାଲ ଭିତରକୁ ଖସିପଡିବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଖବର ମିଳିଛି । କର୍ଣୃୂଟକର ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ଏହି ଘଟଣା ସମ୍ପର୍କରେ କହିଛିନ୍ତି ଯେ ଗାଡିଚାଳକର ଅସାବଧାନତା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ସନେ୍ଦହ କରାଯାଉଛି । ତେବେ ଏ ସମ୍ପର୍କରେ ବିଧିବଦ୍ଧ ତଦନ୍ତ କରାଯିବ । ମୃତାହତ ଲୋକଙ୍କ ପାଇଁ ରାଜ୍ୟ ସରକାର ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × five =