ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା କୋଠା

ନୂଆଦିଲ୍ଲୀ: ଲଗାଣ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ । ନୂଆଦିଲ୍ଲୀର ସବ୍ଜି ମଣ୍ଡି ଅଞ୍ଚଳରେ ଭୁଶୁଡ଼ିଲା ୪ ମହଲା କୋଠା। ବହୁ ଲୋକ ଦବି ରହିଥିବା ଆଶଙ୍କା ରହିଛି। ଖବର ପାଇ ଦିଲ୍ଲୀ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ କରୁଛନ୍ତି। ଏଯାବତ୍ କେବଳ ଜଣେ ଲୋକଙ୍କୁ ଉଦ୍ଧାର କରାଯାଇଛି। ବହୁ ଲୋକ ଫସି ରହିଥିବା ସୂଚନା ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ପ୍ରବଳ ବର୍ଷା କାରଣରୁ କୋଠାଟି ଭୁଶୁଡ଼ି ଯାଇଥିବା ଅନୁମାନ କରାଯାଉଛି।

Share

Leave a Reply

Your email address will not be published. Required fields are marked *

2 × three =