ସୁ-୩୦ ଏମକେଆଇ ବାୟୁଯାନରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷଣ

ନୂଆଦିଲ୍ଲୀ () ଆଜି ଆଇଏଏଫ ଏହାର ଆଗଧାଡିର ବାୟୁଯାନ ସୁ-୩୦ ଏମକେଆଇରୁ ସଫଳତାର ସହ ବାୟୁ ମାର୍ଗରେ ଗତି କରୁଥିବା ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି । ଏହି ବାୟୁଯାନରୁ ସଠିକ ଭାବେ କ୍ଷେପଣାସ୍ତ୍ରକୁ ପ୍ରେରଣ କରାଯାଇଥିଲା ଏବଂ ଏହା ସଠିକ ଦିଗରେ ଗତି କରି ଲକ୍ଷ୍ୟସ୍ଥଳକୁ ଭେଦ କରିଥିଲା । ବାୟୁମାର୍ଗରୁ ସ୍ଥଳଭାଗରେ ଗତି କରୁଥିବା ଏହି କ୍ଷେପଣାସ୍ତ୍ର ହେଉଛି ଏକ ସୁପରସୋନିକ କ୍ରୁଜ ମିସାଇଲ ଓ ଏହାର ଓଜନ ହେଉଛି ୨.୫ ଟନ । ଏହି କ୍ଷେପଣାସ୍ତ୍ରର ମାରକ କ୍ଷମତା ହେଉଛି ୩୦୦କିମି ଏବଂ ଏହାର ଡିଜାଇନ ପ୍ରସ୍ତୁତ କରିଛି ବିଏପିଏଲ ।

ବିଶ୍ବର ପ୍ରଥମ ବାୟୁ ସେନା ଭାବେ ଆଇଏଏଏଫ ପୂର୍ବରୁ ୨୦୧୭ ନଭେମ୍ବର ୧୭ ତାରିଖରେ ଏହି କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରୁ ସମୁଦ୍ର ମଧ୍ୟରେ ସଫଳ ପରୀକ୍ଷଣ କରିଥିଲା । ଆଜି ଏହି କ୍ଷେପଣାସ୍ତ୍ରର ଏହିପରି ଭାବେ ଦ୍ବିତୀୟ ସଫଳ ପରୀକ୍ଷଣ ଥିଲା । ଏହି କ୍ଷେପଣାସ୍ତ୍ରର ସମନ୍ବୟ ଏକ ଜଟିଳ ପ୍ରକ୍ରିୟା ଯାହାର ପରୀକ୍ଷଣ ପାଇଁ ବାୟୁଯାନର ଯାନ୍ତ୍ରିକ, ବୈଦ୍ୟୁତିକ ଏବଂ ସପ୍ଟୱେୟାର କ୍ଷେତ୍ରରେ ପରିବର୍ତ୍ତନ ଅଣାଯାଇଛି । ଆରମ୍ଭରୁ ଆଇଏଏଫ ଏହି କାର୍ଯ୍ୟଧାରାରେ ଲାଗିରହିଛି । ଆଇଏଏଫର ଇଂଜିନିୟରମାନେ ବାୟୁଯାନର ସପ୍ଟୱେୟାର ନିର୍ମାଣ କରିଛନ୍ତି ଏବଂ ହାଲର ଇଂଜିନିୟରମାନେ ଏହାର ଯାନ୍ତ୍ରିକ ଓ ବୈଦ୍ୟୁତିକ ନିର୍ମାଣ କରିଛନ୍ତି । ଏପରି ଏକ ଜଟିଳ ସମନ୍ବୟମୂଳକ ପରୀକ୍ଷଣକୁ ସଫଳ କରିବାରେ ଆଇଏଏଫ, ଡିଆରଡିଓ, ବିଏପିଏଲ ଓ ହାଲର କାର୍ଯ୍ୟକର୍ତାମାନଙ୍କ ଉତ୍ସର୍ଗୀକୃତ ପ୍ରୟାସ ଦେଶର ସାମର୍ଥ୍ୟକୁ ପ୍ରତିପାଦିତ କରିଛି ।

ପରୀକ୍ଷଣ ବେଳେ ରେଞ୍ଜ ସୁରକ୍ଷା ନିଶ୍ଚିତ କରିବା ନେଇ ଭାରତୀୟ ନୌସେନା ବହୁ ସଂଖ୍ୟାରେ ଜାହାଜ ପ୍ରସ୍ତୁତ କରି ରଖିଥିଲେ । ଏହି ସଫଳ ପରୀକ୍ଷଣ ପରେ ସମସ୍ତ ପ୍ରକାରର ପ୍ରତିକୂଳ ପାଣିପାଗ ସତ୍ତ୍ବେ ଭାରତୀୟ ବାୟୁସେନା ଦୂର ରେଞ୍ଜରୁ ସମୁଦ୍ର ଓ ସ୍ଥଳଭାଗକୁ ଲକ୍ଷ୍ୟଭେଦ କରିବାରେ ସମର୍ଥ ହେବ । ଏହି କ୍ଷେପଣାସ୍ତ୍ରର ସାମର୍ଥ୍ୟ ଏବଂ ସୁ-୩୦ ଏମକେଆଇ ବାୟୁଯାନର ଚମକ୍ରାର ପ୍ରଦର୍ଶନ ଆଇଏଏଫକୁ ଆବଶ୍ୟକୀୟ ରଣନୈତିକ କ୍ଷମତା ପ୍ରଦାନ କରିଛି ।

Share

Leave a Reply

Your email address will not be published. Required fields are marked *

ten + 17 =