କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା

ନୂଆଦିଲ୍ଲୀ()  କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ସରକାର ବୋନସ ଘୋଷଣା କରିଛନ୍ତି । ବୋନସ ପାଇଁ ୩୭୩୭ କୋଟିର ଅର୍ଥରାଶି ମଞ୍ଜୁର କରାଯାଇଥିବା ବେଳେ ବୁଧବାର ଏହାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭାଡେକର ଆଜି ଏହି ଘୋଷଣା କରିଛନ୍ତି । ୩୦ ଲକ୍ଷରୁ ଅଧିକ ଅଣ ଗେଜେଟେଡ କର୍ମଚାରୀଙ୍କୁ ବୋନସ ସୁବିଧା ମିଳିବ । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରଦାନ କରାଯାଉଥିବା ଏହି ବୋନସ ଅର୍ଥରାଶି ଗୋଟିଏ ଥରରେ କର୍ମଚାରୀଙ୍କ ଆକାଉଣ୍ଟରେ ପହଞ୍ଚିବ । ସିଧାସଳଖ ବ୍ୟାଙ୍କ ଟ୍ରାନ୍ସଫର ଜରିଆରେ ଏହି ଅର୍ଥ କର୍ମଚାରୀଙ୍କ ଆକାଉଣ୍ଟରେ ପହଞ୍ଚିବ ବୋଲି ଜାଭାଡେକର ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × 2 =