ବିଜେପି ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ

ବିଜେପି ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ ହୋଇଛି । ପିପିଲି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିଥିବା ଆଶ୍ରିତ ପଟ୍ଟନାୟକଙ୍କ ବାସଭବନ ଉପରକୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ ଆସି ବୋମା ମାଡ କରିଥିବା ସୂଚନାରୁ ଜଣା ପଡିଛି । ରାଜନୈତିକ ଶତ୍ରୁତା କାରଣରୁ ଏହି ବୋମାମାଡ ହୋଇଥିବା ସନ୍ଦେହ କରାଯାଉଛି । ତେବେ ଏହି ବୋମା ମାଡରେ କୌଣସି ବ୍ୟକ୍ତି ଆହତ ହୋଇନଥିବା ବେଳେ ଆଶ୍ରିତ ପଟ୍ଟନାୟକଙ୍କ ଘର କବାଟ ଭାଙ୍ଗିଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

2 + five =