ମାର୍ଶାଘାଇରେ ବୈଜୟନ୍ତଙ୍କ ହଟ୍ଟହଟ୍ଟା

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିଜ ନିର୍ବାଚନ ମଣ୍ଡଳୀକୁ ଯାଇଁ ହଟ୍ଟହଟ୍ଟାର ସମୂଖୀନ ହୋଇଛନ୍ତି । ସେ ମାର୍ଶାଘାଇର ବ୍ଲକ ଅନ୍ତର୍ଗତ ଜୁଣଗ୍ରାମକୁ ଯାଇଥିବା ବେଳେ ତାଙ୍କୁ ଲୋକଙ୍କର ବିରୋଧର ସାମ୍ନା କରିବାକୁ ପଡିଥିଲା । ବହୁ ସଂଖ୍ୟାର ଯୁବକ ହାତରେ କଳା ପତାକା ଧରି ‘ବୈଜୟନ୍ତ ଗୋ ବ୍ୟାକ୍’ ବୋଲି ଧ୍ୱନୀ ଦେଇଥିଲୋ । ଯାହାଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ସେଠାରେ ପୋଲିସ ପହଂଚିଥିଲା ଏବଂ ଶ୍ରୀ ପଣ୍ଡା ଅଳ୍ପ କିଛି ଲୋକଙ୍କୁ ଭେଟି ସେଠାରୁ ତରବରିଆ ଭାବେ ପଳାଇ ଆସିଥିଲେ ।

Share

Leave a Reply

Your email address will not be published. Required fields are marked *

nineteen − thirteen =