କେନ୍ଦୁଝରରେ ବିଜେପିକୁ ଝଟକା, ବିଜୁ ପରିବାରକୁ ଫେରିଲେ ଭାଗିରଥୀ

ଭୁବନେଶ୍ବର () କେନ୍ଦୁଝରରେ ବିଜେପି ସଂଗଠନକୁ ଲାଗିଛି ବଡ ଝଟକା । ଦଳର ଆନନ୍ଦପୁର ବିଧାନସଭା ଆସନରୁ ପ୍ରାର୍ଥି ହୋଇଥିବା ଭାଗିରଥୀ ସେଠୀ ଆଜି ବିଜେିରେ ଯୋଗ ଦେଇଛନ୍ତି । ସେ ନିଜ ସମର୍ଥକଙ୍କ ସହ ନବୀନ ନିବାସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପୁଣି ଥରେ ବିଜୁ ପରିବାରକୁ ଫେରିଛନ୍ତି ।

ବିଜେପିରୁ ପ୍ରାର୍ଥୀ ହୋଇଥିବା ଭାଗିରଥୀ ଆସନ୍ତା ଦୁଇ ତାରିଖରେ ଆନନ୍ଦପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥାନ୍ତେ । କିନ୍ତୁ ଆଜିର ମିଶ୍ରଣ ପର୍ବ ପରେ 3 ତାରିଖରେ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବେ ।

ସେ ପୂର୍ବରୁ 2004 ମସିହାରେ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ଲଢିଥିବା ବେଳେ 2009ରେ ବିଜେଡି ଟିକେଟରେ ଆନନ୍ଦପୁର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । 2014ରେ ତାଙ୍କୁ ବିଜେଟି ପ୍ରାର୍ଥୀ ନକରିବାରୁ ସେ ବିଜେପିକୁ ଚାଲିଯାଇଥିଲେ । ଏଥର ବିଜେପି ତାଙ୍କୁ ଆନନ୍ଦପୁର ପ୍ରାର୍ଥୀ କରିବାକୁ ଘୋଷଣା କରିଥିଲା । ସେହି ଅନୁସାରେ ସେ ଆସନ୍ତା 2 ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିଥାନ୍ତେ । କିନ୍ତୁ ତା ପୂର୍ବରୁ ସେ ବିଜେଡିରେ ଯୋଗ ଦେଇଛନ୍ତି । ଆଜି ନବୀନ ନିବାସରେ ସେ ନିଜ ସମର୍ଥକଙ୍କ ସହ ମିଶିଛନ୍ତି । ସମ୍ଭବତଃ ସେ ଆଉଥରେ ଆନନ୍ଦପୁରରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ।

ଭାଗିରଥୀଙ୍କ ଘର ବାହୁଡା ପରେ ଦଳ ଶକ୍ତିଶାଳୀ ହେବ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି । ଭାଗିରଥୀ କହିଥିଲେ ଯେ, ସେ ବିଜୁ ପରିବାରରେ ଥିଲେ । 2014ରେ ଏକ ଭୁଲ ବୁଝାମଣା ଯୋଗୁଁ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲି । ସେଠି କିନ୍ତୁ ନୀତି ନୈତିକତାର ଅଭାବ ଥିବା ବେଳେ ଆନନ୍ଦପୁର ବିଜେପି ପ୍ରାର୍ଥୀ ଭାବେ ଘୋଷଣା ହୋଇଥିଲେ ବି ତୃଣମୂଳ ସ୍ତରରେ ତାଙ୍କ ବିରୋଧରେ ଷଢଯନ୍ତ୍ର ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଏଥିସହିତ ବଦ୍ରି ପାତ୍ରଙ୍କ ସହ ତାଙ୍କର ଥିବା ମନୋମାଳିନ୍ୟ ଦୂର ହୋଇଛି ।

Share

Leave a Reply

Your email address will not be published. Required fields are marked *

eighteen − eight =