ଇଟାର ଜବାବ ପଥରରେ ଦେବ ବିଜେଡି

ଭୁବନେଶ୍ୱର () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପରେ ପୁଣି ଥରେ ଜୋର ଧରିଛି ବିଜେପି-ବିଜେପି ମଧ୍ୟରେ ତୁ-ତୁ ମେ ମେ ରାଜନୀତି । ପ୍ରଧାନମନ୍ତ୍ରୀଙ୍କ ମୁହଁରେ ରାଜ୍ୟ ବିଜେପି ବିଜେଡି ସରକାରର ଦୁର୍ନୀତି କଥା କୁହାଇ ଏବେ ଗାଁ ଗାଁ ବୁଲି ଡିଣ୍ଡିମ ପିଟିବାକୁ ଯୋଜନା କରୁଛି । ସେପଟେ ବିଜେଡି କହିଛି, ପ୍ରଧାନମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକ୍ରମରେ ରୂପାନ୍ତରିତ କରି ନିଜ ସ୍ତରରୁ ତଳକୁ ଖସି ଆସିଛନ୍ତି । ଏବେ ବିଜେଡି ବିଧାୟକ, ସାଂସଦମାନେ ବି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କହିବାକୁ ପଛାଇବେ ନାହିଁ ।
ତାଳଚେର ଓ ଝାରସୁଗୁଡା ଦୁଇଟି ଯାକ କାର୍ଯ୍ୟକ୍ରମରେ ମୋଦିଙ୍କ ରାଜନୈତିକ ଭାଷଣକୁ ନେଇ କ୍ଷୁବ୍ଧ ବିଜେଡି । ଓଡିଶାରେ ସରକାରୀ କାର୍ଯ୍ୟକ୍ରମକୁ ନିଜ ଅତିଥିଙ୍କୁ ଅପମାନିତ କରିଛନ୍ତି ମୋଦି । କାରଣ ଦୁଇଟି ଯାକ କାର୍ଯ୍ୟକ୍ରମ ଥିଲା କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ । ସେଠାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇଥିଲେ । ଅତିଥିଙ୍କୁ ଆମନ୍ତ୍ରଣ କରି ତାଙ୍କୁ ଅପମାନିତ କରିଛନ୍ତି ମୋଦି । ସରକାରୀ କାର୍ଯ୍ୟକ୍ରମକୁ ଏଭଳି ଦଳୀୟ ସଭାରେ ରୂପାନ୍ତରିତ କରି ପ୍ରଧାନମନ୍ତ୍ରୀ ନିଜ ପଦ ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛନ୍ତି ବୋଲି ବିଜେଡି ସାଂସଦ ପ୍ରତାପ ଦେବ ଅଭିଯୋଗ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନିଜେ ନିଜ ସ୍ତରକୁ ହ୍ରାସ କରିଥିବାରୁ ଏବେ ବିଜେଡିର ବିଧାୟକ ଓ ସାଂସଦମାନେ ମଧ୍ୟ ମୋଦିଙ୍କୁ କଡା ଜବାବ ଦେବେ । ଆଗକୁ ଇଟାର ଜବାବ ପଥରରେ ଦିଆଯିବ ବୋଲି ସେ କହିଛନ୍ତି । ସେପଟେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ବି ପାଲଟା ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଯେଉଁସବୁ ଅଭିଯୋଗ କରିଛନ୍ତି ତାହା ମିଛ ନୁହେଁ ।
ସେପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ବିଜେଡି ଓ ବିଜେପି ମଧ୍ୟରେ ଚାଲିଥିବା ଆକ୍ଷେପ ପ୍ରତିଆକ୍ଷେପ କେବଳ ଲୋକ ଦେଖାଣିଆ । ଯଦି ପ୍ରଧାନମନ୍ତ୍ରୀ ଦୁର୍ନୀତିମୁକ୍ତ ତେବେ ନିଜ ଭାଷଣରେ କାହିଁକି ରାଫେଲ ଦୁର୍ନୀତି ଓ ଚିଟଫଣ୍ଡ ଦୁର୍ନୀତି କଥା ଉଠାଇଲେ ନାହିଁ । କାରଣ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବୟାନରୁ କେନ୍ଦ୍ର ସରକାର ଏବେ କାଠଗଡାରେ ଅଛନ୍ତି । ସେହିପରି ଚିଟଫଣ୍ଡ ଦୁର୍ନୀତିକୁ ନେଇ ବିଜେପି ଓଡିଶାରେ ରାଜନୀତି କରୁଥିବା ବେଳେ ବାରମ୍ବାର ରାଜ୍ୟ ବିଜେପି ନେତାମାନେ ରାସ୍ତାଘାଟ ସବୁଠି ଏହି ଦୁର୍ନୀତିରେ ବିଜେଡି ନେତାମାନେ ସଂପୃକ୍ତ ବୋଲି ଅଭିଯୋଗ କରୁଛି । ହେଲେ ପ୍ରଧାନମନ୍ତ୍ରୀ କାହିଁକି ପଦୁଟିଏ ବି ଏହି ଦୁର୍ନୀତି କଥା ଉଠାଇଲେ ନାହିଁ ।
Share

Leave a Reply

Your email address will not be published. Required fields are marked *

5 × five =