ଏନଡିଏର ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ

ଭୁବନେଶ୍ବର()  ଲୋକସଭା ବାଚସ୍ପତ୍ତି ପାଇଁ ଏନ୍ଡିଏ ପ୍ରାର୍ଥୀ ଓମ୍ ବିର୍ଲାଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛି ବିଜେଡି। ବିଜେଡି ଭଳି ଓ୍ୱାଇଏସଆର କଂଗ୍ରେସ ଓ ଏଆଇଏଡିଏମ୍କେ, ଜେଡିୟୁ ଓ ଲୋକଜନଶକ୍ତି ପାର୍ଟି ସମେତ ୧୦ଟି ଦଳ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। ଆଜି ଲୋକସଭାରେ ବିଜେଡି ସଂସଦୀୟ ଦଳ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଥିବା ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ସୂଚନା ଦେଇଛନ୍ତି।

ଅନ୍ୟପଟେ  ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିଛନ୍ତି । କାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେବେ ।

Share

Leave a Reply

Your email address will not be published. Required fields are marked *

2 × five =