ହିଂସାରୁ ନଜର ହଟାଇବା ପାଇଁ କଂଗ୍ରେସ ପ୍ରୟାସ କରୁଛି: ବିଜେଡ଼ି

ଭୁବନେଶ୍ୱର() କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝି ନବରଙ୍ଗପୁର ବନ୍ଦ ସମୟରେ ଯେଭଳି ହିଂସାର ଆଶ୍ରୟ ନେଲେ ସେଥିରୁ ଗଣମାଧ୍ୟମର ନଜର ହଟାଇବା ଲାଗି କଂଗ୍ରେସ ଅସଫଳ ପ୍ରୟାସ କରୁଛି । ବିଜେଡ଼ି ସରକାରକୁ ପ୍ରଶ୍ନ କରିବା ପୂର୍ବରୁ କଂଗ୍ରେସ ପ୍ରଥମେ ନିଜ ଦଳ ଗାନ୍ଧୀ ନୀତିରେ ବିଶ୍ୱାସ କରୁଥିବା କହୁଥିବା ବେଳେ ବନ୍ଦ ସମୟରେ କିଭଳି ଦଳୀୟ ନେତାଙ୍କ ନିଦେ୍ର୍ଧଶରେ ହାତରେ ପେଟ୍ରୋଲ ଡିଜେଲ ଧରି ବୁଲୁଛି ତାହା ଅନୁଶୀଳନ କରିବା ଆବଶ୍ୟକ ବୋଲି ବିଜେଡ଼ି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ।

କଂଗ୍ରେସ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ, ବିଜେଡ଼ି ସରକାରର ସଫଳତାକୁ କଂଗ୍ରେସ ନେତାମାନେ ହଜମ କରିପାରୁନଥିବା ଅନୁଭୂତ ହେଉଛି । ତେବେ କଂଗ୍ରେସ ନେତାମାନେ ୟୁପିଏ ସରକାରର ମନ୍ତ୍ରୀମାନଙ୍କୁ ଏ ସଂକ୍ରାନ୍ତରେ ପଚାରିବା ଆବଶ୍ୟକ ବୋଲି ଡକ୍ଟର ପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡ଼ି ସରକାର ୨୦୧୦-୧୧, ୨୦୧୨-୧୩ ଏବଂ ୨୦୧୩-୧୪ର କୃଷିକର୍ମଣ ପୁରସ୍କାର ଠାରୁ ଆରମ୍ଭ କରି ବାତ୍ୟା ଫନି ସମୟରେ ଶୂନ କ୍ଷୟକ୍ଷତି ପାଇଁ ମିଳିତ ଜାତିସଂଘ ଠାରୁ ଆର୍ନ୍ତଜାତୀୟ ସ୍ତରର ପ୍ରଶଂସାପତ୍ର ପାଇଛି ।

ଏଥି ସହିତ ରେକଡର଼୍ ପରିମାଣର ୨୦ ଲକ୍ଷ ପକ୍କାଘର ଓ ୪୧ ହଜାର କିଲୋମିଟର ଗ୍ରାମ୍ୟ ସଡ଼କ ନିର୍ମାଣ ପାଇଁ ବି କେନ୍ଦ୍ର ସରକାର ଓଡିଶାକୁ ପୁରସ୍କୃତ କରିଛନ୍ତି । ବିଶ୍ୱକପ ହକିର ସଫଳ ଆୟୋଜନ ସହିତ ଜାଗା ମିଶନର ସଫଳ କାର୍ଯ୍ୟକାରିତା ପାଇଁ ଓଡ଼ିଶା ସରକାରଙ୍କୁ ସ୍କଚ୍ ହାବିଟାଟ୍ ପୁରସ୍କାର ମିଳିଛି । ଅନେକ ସଫଳତାର ଆସିବା ଓ ଯିବା ମଧ୍ୟରେ ଓଡ଼ିଶା କିନ୍ତୁ ଆଗକୁ ବଢିବାରେ ଲାଗିଛି । ବିଜେଡ଼ି ସରକାରର ର୍ୟାଙ୍କିଂ ଅପେକ୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ କାର୍ଯ୍ୟ ଉପରେ ଓଡ଼ିଶାବାସୀ ବିଶ୍ୱାସ କରନ୍ତି । ସେହି ଅନୁଯାୟୀ ଲୋକେ ନିର୍ବାଚନରେ କଂଗ୍ରେସକୁ ତାହାର ସ୍ଥାନରେ ଥୋଇ ଦେଇଛନ୍ତି ଯାହା ଫଳରେ ଏହି ଜାତୀୟ ଦଳ ଏବେ ହତାଶ ହୋଇ ଅପ୍ରସଙ୍ଗ ଗୁଡ଼ିକୁ ଜାବୁଡ଼ି ଧରିବାରେ ଲାଗିଥିବା ଡକ୍ଟର ପାତ୍ର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

five × 4 =