ବିଜେଡିକୁ ଆନ୍ତର୍ଜାତିକ ସ୍ୱୀକୃତି

ଭୁବନେଶ୍ୱର () : ଦେଶ ନୁହେଁ ବିଦେଶରୁ ବି ମିିଳିଲା ରାଜ୍ୟ ସରକାରଙ୍କୁ ମିଳିଲା ସ୍ୱୀକୃତି । ପୁଞ୍ଜିନିବେଶ କ୍ଷେତ୍ରରେ ଏସିଆ ମହାଦେଶରେ ଓଡ଼ିଶା ଗେଟୱେ ହୋଇଛି । ପୁଞ୍ଜିନିବେଶକାରୀଙ୍କୁ  ରାଜ୍ୟ ସରକାରଙ୍କ ସହଯୋଗ, ଗମନାଗମନ ଓ ବନ୍ଦର ସୁବିଧା ଆକୃଷ୍ଟ କରିଛି । ଏକ ଆନ୍ତର୍ଜାତିକ ନ୍ୟୁଜ୍ ଚ୍ୟାନେଲ୍ ଓଡିଶାକୁ ଏହି ସ୍ୱୀକୃତି ଦେଇଛି ।
ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପୂର୍ବରୁ ଆନ୍ତର୍ଜାତିକ ନ୍ୟୁଜ୍ ଚ୍ୟାନେଲ୍ରେ ରାଜ୍ୟ ସରକାରଙ୍କୁ ଏହି ସ୍ୱୀକୃତି ଆଗାମୀ ଦିନରେ ଅଧିକରୁ ଅଧିକ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବାରେ ସହାୟକ ହେବ ।  ଏହି ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ଓଡ଼ିଶା ପୁଞ୍ଜିନିବେଶର ସବୁଠାରୁ ଉକ୍ରୃ୍ଷ୍ଟ ସ୍ଥାନ । ବିଶ୍ୱସ୍ତରୀୟ ପୁଞ୍ଜିନିବେଶକାରୀମାନେ ଓଡ଼ିଶାରେ ଆଗରୁ ପୁଞ୍ଜିନିବେଶ କରିଛନ୍ତି ଏବଂ ଆଗକୁ ମଧ୍ୟ ପୁଞ୍ଜିବିନିଯୋଗ କରିବାକୁ ଆଗ୍ରହୀ ।
ସୂଚନାଯୋଗ୍ୟ ଯେ, ମେକ ଇନ ଓଡିଶା କନକ୍ଲେଭ ପାଇଁ ମୁଖ୍ୟମନ୍ତ୍ରୀ ଏଭିତରେ ଦିଲ୍ଲୀ, ମୁମ୍ବାଇ ଓ ଚେନ୍ନାଇରେ ତିନୋଟି ରୋଡ ସୋ ସହିତ ଦେଶ ବିଦେଶର ବହୁ ପୁଞ୍ଜିନିବେଶକାରୀଙ୍କ ସହ ଆଲୋଚନା କରିଛନ୍ତି । ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ପୁଞ୍ଜି ପ୍ରକଳ୍ପଗୁଡିକୁ ଆବଶ୍ୟକ ସରକାରୀ ଅନୁମତି ପ୍ରଦାନ ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ବ୍ୟବସ୍ଥା ସାଙ୍ଗକୁ ଲ୍ୟାଣ୍ଡବ୍ୟାଙ୍କ ଜରିଆରେ ଆବଶ୍ୟକ ପରିମାଣର  ଜମି ଯୋଗାଇଦେବାର ବ୍ୟବସ୍ଥା ହୋଇଛି । ଓଡିଶାରେ ପୁଞ୍ଜିନିବେଶକାରୀଙ୍କୁ ସବୁପ୍ରକାର ସହାୟତା ଦେବାକୁ ରାଜ୍ୟ ସରକାର ଦୃଢ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ସେହିଭଳି ଓଡିଶା 2020 ସୁଦ୍ଧା 12 ପ୍ରତିଶତ ଅଭିବୃଦ୍ଧିର ଲକ୍ଷ ରଖିଛି ।
ମନ୍ଦିର ମାଳିନୀ ରାଜଧାନୀ ଭୁବନେଶ୍ୱରରେ ବ୍ୟାପକ ଭିତ୍ତିଭୂମି ବିକାଶ ହେଉଛି । ୧୮ ବର୍ଷ ମଧ୍ୟରେ ଶିଳ୍ପକ୍ଷେତ୍ରରେ କେବଳ ଓଡ଼ିଶାରେ ପାଖାପାଖି ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ହୋଇଛି । ଏହାଦ୍ୱାରା ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି । ସବୁଠାରୁ ବଡ କଥା ହେଉଛି ପୂର୍ବରୁ କେବଳ ପାରାଦୀପ ବନ୍ଦର ଗୋଟିଏ ମାଲ୍ ପରିବହନର ମାଧ୍ୟମ ଥିବାବେଳେ ଏବେ ଧାମରା ବନ୍ଦର କାର୍ଯ୍ୟକ୍ଷମ ହୋଇଛି । ଆଗକୁ ଆହୁରି କିଛି ବନ୍ଦର କାର୍ଯ୍ୟକ୍ଷମ ହବାକୁ ଯାଉଛି । ରାଜ୍ୟରେ କେବଳ ଶିଳ୍ପର ବିକାଶ ହଉନି, ଶିକ୍ଷାରେ ମଧ୍ୟ ଏହା ଏକ ହବ ହୋଇଛି । ଏଥିପାଇଁ ଏହି ନ୍ୟୁଜ ଚ୍ୟାନେଲ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛି ।
Share

Leave a Reply

Your email address will not be published. Required fields are marked *

fourteen + eleven =