ତିନି ମହାନଗରରେ ବିଜେଡି ଆଗରେ

ତିନି ମହାନଗରର ମେୟର ଦୌଡରେ ବିଜେଡି ଆଗରେ ରହିଛି ।
ଭୁବନେଶ୍ବରରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ 30,989 ଭୋଟ ଆଘରେ ରହିଥିବା ବେଳେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ 21792 ଏବଂ କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ 1429 ଖଣ୍ଡ ଭୋଟ ପାଇଛନ୍ତି ।

କଟକରେ ପ୍ରଥମ ଦୁଇରାଉଣ୍ଡରେ ବିଜେଡି କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖାଯାଉଥିବା ବେଳେ ଚତୁର୍ଥ ରାଉଣ୍ଡ ଗଣତି ବେଳକୁ ବିଜେଡି ଆଗରେ ରହିଛି । ବିଜେଡି ପ୍ରାର୍ଥୀ ସୁବାସ ସିଂ 25724 ଭୋଟ ପାଇଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛି କଂଗ୍ରେସ । କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା 18690 ଭୋଟ ପାଇଛନ୍ତି । ତୃତୀୟରେ ରହିଛନ୍ତି ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶ୍ରୀତମ ଦାସ 8163 ।

ସେହିପରି ବ୍ରହ୍ମପୁରରେ ବିଜେଡିର ସଘଂମିତ୍ରା ଦଳେଇ ଆଗରେ 39574 ଭୋଟ ପାଇ ଆଘରେ ରହିଥିବା ବେଳେ ଦ୍ୱିତୀୟରେ ରହିଛନ୍ତି ବିଜେପି ପ୍ରାର୍ଥୀ ସବିତା ସୁଆର । ସେ 29473 ଭୋଟ ପାଇଛନ୍ତି । ତୃତୀୟରେ କଂଗ୍ରେସ ପ୍ରାର୍ଥୀ ମଞ୍ଜୁ ରଥ 4824 ଭୋଟ ପାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × two =