ଶପଥ ନେଲେ ବିଶ୍ୱେଶର ଟୁଡୁ

ନୂଆଦିଲ୍ଲୀ: କ୍ୟାବିନେଟ ମନ୍ତ୍ରୀଭାବେ ଶପଥ ନେଇଛନ୍ତି ବିଶ୍ୱେଶର ଟୁଡୁ । ଓଡ଼ିଶାରୁ ଦ୍ୱିତୀୟ ମନ୍ତ୍ରୀ ଭାବେ ସେ ଶପଥ ଗ୍ରହଣ କରିଛନ୍ତି । ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଥିବା ବିଶ୍ୱେଶରଙ୍କୁ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିଛି । ଆଜି ରାଷ୍ଟ୍ରପତିଙ୍କ ସମ୍ମୁଖରେ ଶପଥ ଗ୍ରହଣ କରିଥିବା ଦେଖିବାକୁ ମିଳିଛି ।

ମନ୍ତ୍ରୀମଣ୍ଡଳରେ ସାମିଲ ହେଲେ ଓଡିଶାର ନୂଆ ଚେହେରା । ମୟୁରଭଂଜ ସାଂସଦ ବିଶେଶ୍ୱର ଟୁଡୁ । ଯେତେବେଳେ ସାରା ରାଜ୍ୟରେ ବିଜେଡି ନିଜର ପ୍ରଭାବ ବିସ୍ତାର କରୁଥିଲା ଠିକ ସେତିକି ବେଳେ ସ୍ରୋତର ବିପରୀତ ଦିଗରେ ଯାଇ ସଫଳ ହୋଇଥିବା ରାଜନେତା ହେଉଛନ୍ତି ବିଶେଶ୍ୱର । ଦିନେ ରାଜ୍ୟ ରାଜନୀତି ପାଇଁ ଅଚିହ୍ନା ଥିବା ଟୁଡୁ ହଠାତ ରାତି ଅଧିଆ ରାଜନୀତିର ସଫଳ ଗୋଟି ଚାଳକ ପାଲଟି ଯାଆନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପକ୍ଷରୁ ମୟୂରଭଞ୍ଜ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି ଟୁଡୁ ।

ମୟୂଭଞ୍ଜରେ ୧୦ ବର୍ଷ ଧରି ବିଜେଡି ଜିତି ଆସୁଥିଲା । କିନ୍ତୁ ଏହି ଆସନରେ ନିର୍ବାଚନ ଲଢ଼ି ୨୫ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ତାଙ୍କ ବିପକ୍ଷରେ ବିଜେଡି ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ପ୍ରାର୍ଥୀ ହୋଇଥିଲେ । ମାତ୍ର ପରାସ୍ତ ହୋଇଥିଲେ । ବିଜେପି ନେତା ବିଶ୍ୱେଶରଙ୍କ ବିଜେପି ଶିବିରରେ ମଧ୍ୟ ବେଶ ଦବଦଦା ରହିଛି । ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ ସେ । ତେବେ ସେ ଡିପ୍ଲୋମାରେ ଇଲେକ୍ଟ୍ରିାଲ ଇଞ୍ଜିନିୟରିଂ ପାସ କରିଛନ୍ତି । ନିଜର କର୍ମମୟ ଜୀନରେ ରହିଥିଲେ ସୁଦ୍ଧା ଅସହାୟ ଲୋକଙ୍କ ସାହାର୍ଯ୍ୟ କରିବା ଲାଗି ତାଙ୍କର ରହିଛି ଅହେତୁକ ଆଗ୍ରହ । ଯେଉଁ କାରଣରୁ ସେ ରାଜନୀତିକୁ ହିଁ ବାଛିଥିଲେ । ଆଉ ସରକାରୀ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତି ମଇଦାନରେ ପାଦ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିଲେ ସେ । ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ରାଜନୈତିକ ଇନିଂସ ।

ତେବେ ଆଜି ସକାଳେ ପିଏମଓରୁ ତାଙ୍କ ନିକଟକୁ ଏକ କଲ ଆସିଥିଲା । ଆଜି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ଲାଗି ତାଙ୍କୁ କଲ କରାଯାଇଥିବା ସେ କହିଛନ୍ତି । ଏବେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ତାଙ୍କୁ ସ୍ଥାନ ମିଳିବା ପରେ ସେ ଆଦିବାସୀ ସଂପ୍ରଦାୟ ଲୋକ ଏବଂ ଓଡ଼ିଶାର ବିକାଶ ଦିଗରେ କାମ କରିବେ ବୋଲି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × three =